ନୂଆଦିଲ୍ଲୀ, ମାର୍ଚ୍ଚ ୦୭ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ମୋଦୀ ରବିବାର ‘ଜନଔଷଧୀ ଦିବସ’ ଅବସରରେ ୭୫୦୦ତମ ଜନଔଷଧୀ କେନ୍ଦ୍ର ଦେଶବାସୀଙ୍କୁ ସମର୍ପିତ କରିବେ । ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଦେଶବାସୀଙ୍କୁ ଏହି କେନ୍ଦ୍ର ସମର୍ପିତ କରିବେ । ଏହି ସମୟରେ ସେ ହିତାଧିକାରୀଙ୍କୁ ସମ୍ବୋଧନ କରିବେ । ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗରେ ନିର୍ବାଚନ ରାଲି କରିବା କାର୍ଯ୍ୟକ୍ରମ ରହିଛି ।
ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ରାତି ଜନଔଷଧୀ ଦିବସ ନେଇ ଟୁଇଟ କରିଥିଲେ । ଏଥିରେ ସେ ଲେଖିଛନ୍ତି ଯେ, ଦେଶର ଜନ ସ୍ୱାସ୍ଥ୍ୟ କ୍ଷେତ୍ରରେ ରବିବାର ଦିନ ଗୁରୁତ୍ୱପୂର୍ଣ୍ଣ ହେବ । ଜନଔଷଧୀ ଦିବ ଅବସରରେ ପୂର୍ବାହ୍ନ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ୭୫୦୦ତମ ଜନଔଷଧୀ କେନ୍ଦ୍ରକୁ ଦେଶବାସୀଙ୍କୁ ସମର୍ପିତ କରାଯିବ । ଏହି ଅବସରରେ ହିତାଧିକାରୀଙ୍କୁ ସମ୍ବୋଧନ କରିବି ବୋଲି ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ଜନଔଷଧୀ ଯୋଜନା ଅଧିନରେ ହିତାଧିକାରୀଙ୍କ ସହିତ କଥାବାର୍ତ୍ତା କରିବେ । ଏଥି ସହିତ ଉକୃଷ୍ଠ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ପୁରସ୍କାର ମଧ୍ୟ ଦେବେ । ଏହି ଅବସରରେ କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ଉପସ୍ଥିତ ରହିବେ । କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ମୋଦୀ ପଶ୍ଚିମବଙ୍ଗ ଗସ୍ତରେ ଯିବେ ।