ଶ୍ରୀନଗର, ଜାନୁଆରୀ ୧୯ (ଖବର ଓଡ଼ିଶା): ଜମ୍ମୁ କଶ୍ମୀରର ଶ୍ରୀନଗରସ୍ଥିତ ସରକାରୀ ମେଡିକାଲ କଲେଜରେ ୮୦ରୁ ଅଧିକ ଡାକ୍ତର, ପାରାମେଡିକାଲ କର୍ମଚାରୀ ଓ ଏମ୍ବିବିଏସ୍ ଛାତ୍ରଛାତ୍ରୀ ଗୋଟିଏ ଦିନରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥି ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୪୬କୁ ବୃଦ୍ଧି ପାଇଛି। ୪୬ ଜଣ ଡାକ୍ତର, ୨୨ ଏମବିବିଏସ୍ ଛାତ୍ରଛାତ୍ରୀ ଓ ୧୫ ଜଣ ପାରାମେଡିକ୍ସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ଡା. ସଲୀମ ଖାନ କହିଛନ୍ତି।
ଅନ୍ୟପଟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଲୋକେ କରୋନା ଗାଇଡଲାଇନ ପାଳନ କରନ୍ତୁ। ଭିଡ଼ ସ୍ଥାନରୁ ନିବୃତ୍ତ ରହିବା ସହିତ ମାସ୍କ ପିନ୍ଧି ସାମାଜିକ ଦୂରତା ପାଳନ କରିନ୍ତୁ।
ସୂଚନାଯୋଗ୍ୟ, ମଙ୍ଗଳବାର ଜମ୍ମୁ କଶ୍ମୀରରେ ମୋଟି ୪୬୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏଥିରୁ ଜମ୍ମୁ ଡିଭିଜନରୁ ୧୫୪୬ ଓ କଶ୍ମୀର ଡିଭିଜନରୁ ୩୧୦୫ ଜଣଙ୍କୁ କରୋନା ହୋଇଥିଲା। ବର୍ତ୍ତମାନ ରାଜ୍ୟରେ ମୋଟ ୨୧ ହଜାର ୬୭୭୭ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।