ଜମ୍ମୁ କଶ୍ମୀର: ବାନ୍ଦୀପୋରାରେ ଅଣକଶ୍ମୀର ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ
Khabar Odisha:Nation-Non-local-labour-shot-dead-by-unknown-gunmen-at-Bandipora

ଶ୍ରୀନଗର, ଅଗଷ୍ଟ ୧୨ (ଖବର ଓଡ଼ିଶା): ଘାଟୀରେ ପୁଣି ଥରେ ଅଣକଶ୍ମୀର ଶ୍ରମିକମାନେ ଆତଙ୍କବାଦୀଙ୍କ ଟାର୍ଗେଟର ଶିକାର ହୋଇଛନ୍ତି । ଜମ୍ମୁ କଶ୍ମୀରର ବାନ୍ଦୀପୋରାରେ ଆତଙ୍କବାଦୀମାନେ ଶୁକ୍ରବାର ଭୋର ସକାଳୁ ଜଣେ ଅଣକଶ୍ମୀର ଶ୍ରମିକଙ୍କୁ ଗୁଳିକରିଛନ୍ତି । ସୂଚନା ମିଳିବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚିଛି । ଏଥି ସହିତ ଆତଙ୍କବାଦୀକୁ ତଲାସ କରୁଛି । 

ପୁଲିସ କହିବା ଅନୁସାରେ ବାନ୍ଦୀପୋରା ଜିଲ୍ଲାର ଅଜସ ତହସୀଲ ଅନ୍ତର୍ଗତ ସଦୁନାରା ଗାଁରେ ଅଣକଶ୍ମୀର ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୁଳି କରି ଜୀବନ ନେଇଛନ୍ତି । ଶ୍ରମିକ ବିହାର ନିବାସୀ ଥିଲେ । ମହମ୍ମଦ ଅମରେଜ (୧୯) ଆତଙ୍କବାଦୀଙ୍କ ଗୁଳିମାଡ଼ର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ତାଙ୍କର ପିତା ମହମ୍ମଦ  ଜଲୀଲ ଘଟଣା ସଂପର୍କରେ ପୁଲିସକୁ କହିଛନ୍ତି । 

ଅମରେଜ ବାନ୍ଦୀପୋରା ଅନ୍ତର୍ଗତ ସଦୁନାରରେ ଦିନ ମଜୁରୀ କରି ପେଟ ପୋଷୁଥିଲେ । ତାଙ୍କ ସଂପର୍କରେ ଅନ୍ୟ ତଥ୍ୟ ଯୋଗାଡ଼ କରାଯାଉଛି । ଜମ୍ମୁ କଶ୍ମୀର ପୁଲିସ କହିଛି ଯେ, ଏହି ଘଟଣା ମଧ୍ୟ ରାତ୍ରିରେ ଘଟିଛି । ବାନ୍ଦୀପୋରାର ସୋଦାନାରା ସୁମ୍ବଲରେ ଆତଙ୍କବାଦୀମାନେ ଶ୍ରମିକଙ୍କ ଉପରେ ଗୁଳିମାଡ଼ କରିଥିଲେ । ଆତହଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଅମରେଜଙ୍କୁ ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ । 

 

  • Tags:

Subscribe

National International State Sports Entertainment