ପାଟଣା, ଅଗଷ୍ଟ ୧୬ (ଖବର ଓଡ଼ିଶା): ବିହାରରେ ନୀତୀଶ-ତେଜସ୍ୱୀ ସରକାର ଗଢ଼ିବା ପରେ ମଙ୍ଗଳବାର କ୍ୟାବିନେଟ ସଂପ୍ରସାରଣ ହେବ । ନୀତୀଶ-ତେଜସ୍ୱୀ ସରକାରର ମନ୍ତ୍ରିମଣ୍ଡଳରେ କାହାକୁ କେଉଁ ପଦବି ମିଳିବ, ସୋମବାର ସମ୍ଭାବିତ ତାଲିକା ଆସିଛି । ମୋଟ ବିହାର ସରକାରରେ ୩୧ ଜଣ ମନ୍ତ୍ରୀ ହେବେ । ଏହି ତାଲିକାରେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଭାଇ ତେଜ ପ୍ରତାପ ଯାଦବ ମଧ୍ୟ ସାମିଲ ଅଛନ୍ତି ।
ମନ୍ତ୍ରିମଣ୍ଡଳରେ ଭାଗିଦାରୀ କଥା ଯଦି କହିବା ଆରଜେଡି ବଡ଼ଭାଇର ଭୂମିକା ଗ୍ରହଣ କରୁଛି । କ୍ୟାବିନେଟରେ ଆରଜେଡିର ୧୫ ଜଣ ମନ୍ତ୍ରୀ ରହିପାରନ୍ତି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାର୍ଟି ଜେଡିୟୁରୁ ୧୦ ଜଣ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିପାରେ । ବିହାରରେ ମହାମେର୍ଟର ନୂଆ ସରକାରରେ ମୋଟ ୭ଟି ଦଳ ଅଛନ୍ତି । ଜେଡିୟୁ, ଆରଜେଡି ବ୍ୟତୀତ କଂଗ୍ରେସ ଓ ଜୀନତ ରାମ ମାଂଝୀଙ୍କ ପାର୍ଟି ହିନ୍ଦୁସ୍ତାନ ଅୱାମ ମୋର୍ଚ୍ଚା ମନ୍ତ୍ରିମଣ୍ଡଳରେ ସାମିଲ ହେବେ । ଜଣେ ସ୍ୱାଧୀନ ବିଧାୟକଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିପାରେ ।
ଯାହା ଆଶା କରାଯାଉଛି ଜେଡିୟୁରୁ ବିଜେନ୍ଦ୍ର ଯାଦବ, ବିଜୟ ଚୌଧୁରୀ, ଶ୍ରବଣ କୁମାର, ଅଶୋକ ଚୌଧୁରୀ, ମଦନ ସାହନୀ, ଦାମୋଦର ରାଉତ, ସଂଜୟ ଝା, ଜାମା ଖାନ, ସୁମିତ କୁମାର ସିଂହ ଓ ଲେସି ସିଂହ ମନ୍ତ୍ରୀ ପଦ ମିଳିପାରେ । ସେହିପରି ଆରଜେଡିରୁ ତେଜ ପ୍ରତାପ ଯାଦବ, ସୁରେନ୍ଦ୍ର ଯାଦବ, ଚନ୍ଦ୍ରଶେଖର, ଶଶି ଭୂଷଣ ସିଂହ, କାର୍ତ୍ତିକ ସିଂହ, କୁମାର ସରବଜୀତ ଭୂଦେବ ଚୌଧୁରୀ, ଅଖରୁଲ ଇସଲାମ ଶାହୀନ, ଶାହନବାଜ, ସୀମର ମହାସେଠ, ଅନତା ଦେବୀ, ଆଲୋକ ମେହତା, ରାହୁଲ ତିୱାରୀ, ସୁଧାକର ସିଂହ, ଅନିଲ ସାହନୀ ମେଣ୍ଟ ସରକାରରେ ମନ୍ତ୍ରୀ ପଦ ମିଳିପାରେ । ସେହିଭଳି କଂଗ୍ରେସରୁ ଶକୀଲ ଅହମଦ ଓ ରାଜେଶ କୁମାର ଏବଂ ଜୀତନଙ୍କ ପାର୍ଟିରୁ ସଂନ୍ତୋଷ ମାଂଞ୍ଝୀଙ୍କୁ ମନ୍ତ୍ରୀ ପଦ ପାଇବାକୁ ଆଶା ରଖିଛନ୍ତି ।