ମୁମ୍ବାଇରେ ପ୍ରବଳ ବର୍ଷା: ମହାନଗରର ତଳିଆ ଅଂଚଳ ଜଳାର୍ଣ୍ଣବ, ସ୍ଥିତି ସଂଗୀନ
Khabar Odisha:Nation-Mumbai-heavy-rainfall-continues-resulted-waterlogging-in-low-lying-areas

ମୁମ୍ବାଇ, ଅଗଷ୍ଟ ୦୪ (ଖବର ଓଡ଼ିଶା): ବର୍ଷା ମୁମ୍ବାଇର ଅବସ୍ଥା ଖରାପ କରିଦେଇଛି । ପ୍ରବଳ ବର୍ଷା ଲାଗି ମହାନଗରର ତଳିଆ ଅଂଚଳ ଜଳାର୍ଣ୍ଣବ ହୋଇଛି । ସହରରେ ଗତ ରାତି ଠାରୁ କ୍ରମାଗତ ଭାବେ ବର୍ଷା ଲାଗି ରହିଛି । ହିନ୍ଦମାତା, ଦାଦର ଟିଟି, କିଙ୍ଗସ ସାର୍କିଲ, ସାୟନ, ଚେମ୍ବୁର, ଅନ୍ଧେରୀ, ସାନ୍ତାକ୍ଲଜ ଓ ଅନ୍ୟ ଅଂଚଳଗୁଡ଼ିକ ଜଳମଗ୍ନ ହୋଇଛି । ଫଳରେ ଗମନାଗମନ ପ୍ରଭାବିତ ହୋଇଛି ।  

ମୁମ୍ବାଇରେ କୋଲାବାରେ ରାତି ୧ଟା ପର୍ଯ୍ୟନ୍ତ ୨୬୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଉପନଗରୀୟ ଅଂଚଳ ସାନ୍ତାକ୍ଲଜରେ ୮୭ ମିଲିମିଟର ବର୍ଷା ରେକର୍ଡ ହୋଇଛି । କ୍ରମାଗତ ବର୍ଷା ଯୋଗୁଁ ମୁମ୍ବାଇକୁ ରେଡ ଆଲର୍ଟ ଜାରି କରାଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ଅଛି । ମୁମ୍ବାଇ ବ୍ୟତୀତ ମହାରାଷ୍ଟ୍ରର ଥାଣେ, ପୁଣେ, ରାୟଗଡ଼ ଓ ରତ୍ନଗିରି ଜିଲ୍ଲାକୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ମୁମ୍ବାଇରେ ଅପରାହ୍ନ ୧୨ଟା ୪୫ରେ ହାଇ ଟାଇଡ ଆଶଙ୍କା କରାଯାଇଛି । ସମୁଦ୍ରରେ ୪.୫୧ ମିଟର ଉଚ୍ଚତାର ଢେଉ ଉଠିବାର ଅନୁମାନ କରାଯାଉଛି । 

 

  • Tags:

Subscribe

National International State Sports Entertainment