ଶାନ୍ତିପୂର୍ଣ୍ଣ ଭାବେ ‘ସିଏଏ’ର ବିରୋଧକୁ ଦେଶଦ୍ରୋହ କୁହାଯାଇ ପାରିବନି: ବମ୍ବେ ହାଇକୋର୍ଟ
Khabar Odisha:Nation-Peaceful-CAA-opposes-not-anti-nationals-says-Aurangabad-bench-of-the-Bombay-High-Court

ଔରଙ୍ଗାବାଦ, ଫେବୃଆରୀ ୧୫ (ଖବର ଓଡ଼ିଶା): ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ ଗୁରୁବାର ସିଏଏ (ନାଗରିକତା ସଂଶୋଧନ ଆଇନ)ର ବିରୋଧରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଲୋକଙ୍କୁ ନେଇ ଟିପ୍ପଣୀ ଦେଇଛନ୍ତି । କୋର୍ଟ କହିଛନ୍ତି, ସେମାନଙ୍କୁ କେବଳ ଦେଶଦ୍ରୋହୀ କୁହାଯାଇପାରିବ ନାହିଁ, କାରଣ ସେମାନେ ଏକ ଆଇନକୁ ବିରୋଧ କରିବାକୁ ଚାହୁଁଛନ୍ତି । ବେଞ୍ଚ ସିଏଏ ବିରୋଧରେ ଆନ୍ଦୋଳନ ପାଇଁ ପୋଲିସ ଦ୍ୱାରା ଅନୁମତି ଦିଆ ନ ଯିବା ବିରୋଧରେ ଦିଆଯିବା ଆବେଦନ ଉପରେ ଶୁଣାଣୀ ସମୟରେ ଏହା କହିଛନ୍ତି ।

ହାଇକୋର୍ଟ ବେଞ୍ଚ କହିଛନ୍ତି, ଏହି ପ୍ରକାରର ଆନ୍ଦୋଳନ ଦ୍ୱାରା ସିଏଏର ବ୍ୟବସ୍ଥାର ଅବହେଳାର କୌଣସି ପ୍ରଶ୍ନ ଉଠୁନାହିଁ । କୋର୍ଟରୁ ଏଭଳି ବ୍ୟକ୍ତିଙ୍କ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଆରମ୍ଭ କରିବା ଅଧିକାର ଉପରେ ବିଚାର କରିବାର ଅପେକ୍ଷା କରାଯାଇଥାଏ । ପୀଠ କହିଛନ୍ତି, କାରଣ ସେମାନେ ଆଇନକୁ ବିରୋଧ କରିବାକୁ ଚାହାନ୍ତି । କେବଳ ଏଇଥିପାଇଁ ତାଙ୍କୁ ଦେଶଦ୍ରୋହୀ କୁହାଯାଇ ପାରିବ ନାହିଁ । ସିଏଏ କାରଣରୁ ଏହା ସରକାରଙ୍କ ବିରୋଧରେ କେବଳ ଏକ ବିରୋଧ ପ୍ରଦର୍ଶନ ହେବ । 

ବେଞ୍ଚ ଭିଣ୍ଡ ଜିଲ୍ଲାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ (ଏଡିଏମ) ଓ ମଜଲଗାଓ ସିଟି ପୋଲିସ ଦ୍ୱାରା ଦିଆଯାଇଥିବା ୨ ଆଦେଶକୁ ରଦ୍ଦ କରି ଦେଇଛନ୍ତି । ପୋଲିସ ବିରୋଧ ପ୍ରଦର୍ଶନର ଅନୁମତି ଦେବାକୁ ମନା କରିବା ଆଧାର ରୂପେ ଏଡିଏମଙ୍କ ଆଦେଶ ବୋଲି କହିଥିଲା । ବେଞ୍ଚ କହିଛନ୍ତି, ଭାରତକୁ ସ୍ୱାଧୀନତା ସେହି ଆନ୍ଦୋଳନକାରୀଙ୍କ କାରଣରୁ ମିଳିଛି, ଯେଉଁମାନେ ଅହିଂସକ ଥିଲେ ଏବଂ ଅହିଂସାର ଏହି ମାର୍ଗ ଆଜି ପର୍ଯ୍ୟନ୍ତ ଏହି ଦେଶର ଲୋକମାନେ ଗ୍ରହଣ କରିଆସିଛନ୍ତି । ଆମେ ଭାଗ୍ୟବାନ ଯେ, ଦେଶର ଅଧିକାଂଶ ଲୋକ ଏବେ ବି ଅହିଂସାକୁ ବିଶ୍ୱାସ କରୁଛନ୍ତି । ଏଥି ସହ ବେଞ୍ଚ କହିଛନ୍ତି କି ଅହିଂସା ମାର୍ଗରେ ହେଉଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳକୁ ବନ୍ଦ କରାଯାଇ ପାରିବ ନାହିଁ । 

     

 

  • Tags:

Subscribe

National International State Sports Entertainment