ଝାଡ଼ଖଣ୍ଡ: ପତଥଲଗଡ଼ୀ ନୃଶଂସ ହତ୍ୟା ଘଟଣାରେ ପୋଲିସକୁ ବଡ଼ ସଫଳତା, ୭ ଗିରଫ
Khabar Odisha:Nation-Fifteen-people-arrested-in-case-of-Singh-Bhum-violence-in-Jharkhand

ରାଞ୍ଚି, ଜାନୁଆରୀ ୨୭ (ଖବର ଓଡ଼ିଶା): ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମରେ ପତଥଲଗଡ଼ୀ ସମର୍ଥକଙ୍କ ଦ୍ୱାରା ୭ ଜଣ ଗ୍ରାମବାସୀଙ୍କ ହତ୍ୟା କରାଯିବା ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି । ପୋଲିସ ଏହି ଘଟଣା ସହିତ ସଂପୃକ୍ତ ୭ ଜଣଙ୍କୁ ସନ୍ଦେହରେ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଚାଇଁବସାରେ ୭ ଜଣ ଗ୍ରାମବାସୀଙ୍କୁ ହତ୍ୟାର ଷଡ଼ଯନ୍ତ୍ରରେ ସାମିଲ ହୋଇଥିବା ସନ୍ଦେହ କରାଯାଉଛି । ଝାଡ଼ଖଣ୍ଡର ଏଡିଜି (ଅପରଶେନ) ଏମ ମୀନା ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଚାଇଁବସା ଅଞ୍ଚଳରେ ବୁରୁଗୁଲିକେରା ଗାଁରେ ୭ ଜଣ ଗ୍ରାମବାସୀଙ୍କ ପତଥଲଗଡ଼ୀ ସମର୍ଥକଙ୍କ ଦ୍ୱାରା ହତ୍ୟା ଘଟଣାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ଗ୍ରାମବାସୀମାନେ ପତଥଲଗଡ଼ୀ ଆନ୍ଦୋଳନ ବିରୋଧରେ ପ୍ରଦର୍ଶନ କରୁଥିଲେ । ବୁଧବାର ଡିଜିପି ଓ ଅନ୍ୟ ଅଧିକାରୀଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ ଏବଂ ବୈଠକ ପରେ ମୁଖ୍ୟମନ୍ତ୍ରୀ ଏହି ଆଦେଶ ଦେଇଥିଲେ । ଏହି ବୈଠକରେ ସୋରେନ କହିଥିଲେ ଯେ, ସରକାର କୌଣସି ବ୍ୟକ୍ତିଙ୍କୁ ଆଇନକୁ ନିଜ ହାତ ମୁଠାରେ ରଖିବାକୁ ସୁଯୋଗ ଦେବେ ନାହିଁ । ବିଭିନ୍ନ ପ୍ରକାରର ଗୁଜବ ଶୁଣାଯାଉଛି । କିନ୍ତୁ ସରକାର ଦୃଢ଼ ଓ ନିରପେକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । 

ମୁଖ୍ୟମନ୍ତ୍ରୀ ନିଜର ବୟାନରେ କହିଥିଲେ ଯେ ଆଇନ ସବୁଠାରୁ ଉଚ୍ଚରେ ଅଛି । ଘଟଣାରେ ଦୋଷୀ ସାବ୍ୟସ୍ତ ଲୋକଙ୍କୁ ଛଡ଼ାଯିବ ନାହିଁ । ଏସଆଇଟି ତଦନ୍ତ ସମୟରେ ସବୁ ଘଟଣାକ୍ରମ ଲୋକଲୋଚନକୁ ଆସିବ । ମୁଖ୍ୟମନ୍ତ୍ରୀ ପୀଡ଼ିତ ପରିବାର ଲୋକଙ୍କ ସହିତ ସଂପର୍କ କରି ସେମାନଙ୍କୁ ଯଥା ସମ୍ଭବ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

 

  • Tags:

Subscribe

National International State Sports Entertainment