ପଥଲଗଡ଼ି ଆନ୍ଦୋଳନକୁ ବିରୋଧ କରିବାରୁ ଝାଡ଼ଖଣ୍ଡରେ ୭ ଜଣଙ୍କୁ ନିର୍ମମ ହତ୍ୟା!
Khabar Odisha:Nation-Jarkhand-police-says-seven-villagers-killed-in-Gulikera-village-opposing-Pathalgadi-movement

ପଶ୍ଚିମ ସିଂହଭୂମ, ଜାନୁଆରୀ ୨୨ (ଖବର ଓଡ଼ିଶା): ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ଗୁଦଡି ଥାନା ଅନ୍ତର୍ଗତ ବୁରୁଗୁଲିକେରା ଗାଁରେ ୭ ଜଣଙ୍କୁ ହତ୍ୟା କରାଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପତଥଲଗଡ଼ି ଆନ୍ଦୋଳନର ସମର୍ଥକମାନେ ପତଥଗଡ଼ିକୁ ବିରୋଧ କରିଥିବା ଲୋକଙ୍କୁ ପ୍ରଥମେ ଅପହରଣ କରିଥିଲେ । ପରେ ଜଙ୍ଗଲରେ ଅତି ନୃଶଂସ ଭାବେ ହତ୍ୟା କରିଥିଲେ । ମୃତକମାନଙ୍କ ମଧ୍ୟରେ ଉପମୁଖ୍ୟ ଓ ଅନ୍ୟ ୬ ଜଣ ସାମିଲ ଅଛନ୍ତି ।ଏହି ଘଟଣା ମଙ୍ଗଳବାର ଅପରାହ୍ନରେ ହୋଇଛି । ମାତ୍ର ପୋଲିସକୁ ବିଳମ୍ବରେ ସୂଚନା ମିଳିଛି । ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ବହୁ ସଂଖ୍ୟାରେ ପୋଲିସ ମୁତୟନ ହୋଇଛନ୍ତି । ଘଟଣାର ତଦନ୍ତ ଚାଲିଛି । ଝାଡ଼ଖଣ୍ଡ ପୋଲିସର ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ଆବଶ୍ୟକ ପଦକ୍ଷେପ ନିଆଯାଇଛି । ସ୍ଥାନୀୟ ଅଧିକାରୀମାନେ ୭ ଜଣଙ୍କ ମୃତ୍ୟୁକୁ ସ୍ପଷ୍ଟ କରିଛନ୍ତି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୌଣସି ମୃତଦେହ ମିଳିପାରି ନାହିଁ । ଅନ୍ୟପକ୍ଷରେ ପୋଲିସ ପାଖରେ ଅପହରଣ ଅଥବା ହତ୍ୟା ଅଭିଯୋଗ ହୋଇନାହିଁ । 

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ କିଛି ଦିନ ପୂର୍ବରୁ ପତଥଲଗଡ଼ି ଆନ୍ଦୋଳନ ସହିତ ଜଡ଼ିତ ଲୋକେ ଏକ ବୈଠକ ଡାକିଥିଲେ । ବୈଠକରେ କିଛି ଗ୍ରାମବାସୀ ପତଥଲଗଡ଼ିକୁ ବିରୋଧ କରିଥିଲେ । କିନ୍ତୁ ଅନ୍ୟ ଗୋଷ୍ଠୀ ଏହାକୁ ସମର୍ଥନ ଜଣାଇଥିଲେ । ତେଣୁ ୨ଟି ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ବଢ଼ିଥିଲା । ହାତହାତି ମଧ୍ୟ ହୋଇଥିଲା । ସେହିଦିନ ଠାରୁ ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା ଏବଂ ଏହି ଘଟଣା ଘଟିଥିଲା । 

କିଛି ମାସ ହେବ ଦେଶର ଲାଲଗଡ଼ମାନଙ୍କରେ ପତଥଗଡ଼ି ଆନ୍ଦୋଳନ ଜାରି ରହିଛି । ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶା, ତେଲେଙ୍ଗାନା, ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ଏହାର ପ୍ରଭାବ ରହିଛି । ପତଥଲଗଡ଼ି ସମେତ ସରକାରୀ ପ୍ରତିଷ୍ଠା ଓ ସୁବିଧାକୁ ପ୍ରତ୍ୟାଖ୍ୟାନ କରାଯାଉଛି । ସେହିଭଳି ସ୍ଥାନୀୟ ଶାସନକୁ ମଧ୍ୟ ବିରୋଧ କରାଯାଉଛି ।  ଆଦିବାସୀ ମହାସଭା ନାମରେ ଏକ ସଂଗଠନ କରାଯାଇ ସରକାରକୁ ବିରୋଧ କରାଯାଉଛି । ଏହି ସଂଗଠନ ଅନୁସାରେ ଦେଶର ମାଲିକ ସେମାନେ ଓ ତାଙ୍କ ଉପରେ କେହି ଶାସନ କରିପାରିବେ ନାହିଁ । 

 

  • Tags:

Subscribe

National International State Sports Entertainment