ଫ୍ରାନ୍ସର ଗୁଏନାରୁ ଉତ୍‌କ୍ଷେପଣ ହେଲା ଇସ୍ରୋର ଜିସେଟ୍‌-୨୪, ଟାଟାକୁ ହେବ ସର୍ବାଧିକ ଲାଭ
Khabar Odisha:Nation-ISRO-GSAT-24-ariane-tata-play-launched-successfully

ନୂଆଦିଲ୍ଲୀ, ଜୁନ୍ ୨୩ (ଖବର ଓଡ଼ିଶା): ୟୁରୋପୀୟ ସ୍ପେସ୍ ଏଜେନ୍ସି ଓ ଏରିୟାନ ସ୍ପେସ ଭାରତର ଜିସେଟ୍‌-୨୪ ସଂଚାର ଉପଗ୍ରହକୁ ୨୦୨୨ ଜୁନ ୨୨ ତାରିଖରେ ସଫଳତାପୂର୍ବକ ଅନ୍ତରୀକ୍ଷରେ ମୁତୟନ କରିଛି । ଏହି ସାଟେଲାଇଟରୁ ଟାଟା କଂପାନୀକୁ ଲାଭ ହେବ । କାରଣ ଇସ୍ରୋକୁ ବ୍ୟବସାୟିକ ବ୍ରାଞ୍ଚ ନ୍ୟୁସ୍ପେସ ଇଣ୍ଡିଆ ଲିମିଟେଡ ଜିସେଟ-୨୪ ଉପଗ୍ରହକୁ ଟାଟା ପ୍ଲେକୁ ଲିଜରେ ଦିଆଯାଇଛି । 

ଏବେ ଦେଶରେ ଡିଟିଏଚ୍ ଆବଶ୍ୟକତାକୁ ପୂରା କରିବାରେ ଏହି ସାଟେଲାଇଟ ଅଖିଳ ଭାରତୀୟ କଭରେଜ ଦେବ । ଏହି ସାଟେଲାଇଟ ଓ ଏହାର ସମସ୍ତ ଉପକରଣ ୨୦୨୨ ମେ’ ୧୮ରେ ମାଲବାହକ ବିମାନ ଗ୍ଲୋବମାଷ୍ଟର ସି-୧୭ ମାଧ୍ୟମରେ କୌରାଉ ପଠାଯାଇଥିଲା । ଜିସେଟ-୨୪ ଏକ ୨୪ କେୟୁ ବ୍ରାଣ୍ଡ ସଂଚାର ଉପଗ୍ରହ, ଯାହାର ଓଜନ ୪୧୮୧ କିଗ୍ରା । ୨୦୨୨ ଜୁନ ୨୨ରେ ଫ୍ରାନ୍ସର ଗୁଏନାର କୌରୋଉସ୍ଥିତ ଏରିୟାଲ ସ୍ପେସ ସେଣ୍ଟରରୁ ଏହାର ଉତ୍‌କ୍ଷେପଣ କରାଯାଇଛି । 

 

  • Tags:

Subscribe

National International State Sports Entertainment