ପଶ୍ଚିମବଙ୍ଗ: ସରକାରୀ ବସ୍ ସହ ଅଟୋ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ
Khabar Odisha:Nation-Government-bus-and-auto-collided-in-Birbhum-of-West-Bengal-as-8-people-died

କୋଲକାତା, ଅଗଷ୍ଟ ୧୦ (ଖବର ଓଡ଼ିଶା): ପଶ୍ଚିମବଙ୍ଗର ବୀରଭୂମରେ ସରକାରୀ ବସ୍ ଓ ଅଟୋରିକ୍ସା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଛି । ମଙ୍ଗଳବାର ସନ୍ଧ୍ୟା ବୀରଭୂମର ମଲ୍ଲାରପୁର ଅଞ୍ଚଳରେ ୧୪ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ହିଁ ୮ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୫ ଜଣ ଗୁରୁତର ହୋଇଥିଲେ । ଗୁରୁତରମାନଙ୍କୁ ଉଦ୍ଧାର କରାଯାଇଛି ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । 

ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ପୁଲିସ ପହଂଚିଥିଲା ଓ ମୃତକମାନଙ୍କର ଶବ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ସେହିପରି ଗୁରୁତରଙ୍କର ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିଲା । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ କୁହାଯାଇଛି ଯେ, ମୃତକଙ୍କ ସଂଖ୍ୟା ବଢ଼ିପାରେ । 

ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ ସରକାରୀ ବସ୍ ସିଉରୀ ଅଭିମୁଖେ ଯାଉଥିଲା । ଅନ୍ୟପଟରେ ବିପରୀତ ଦିଗରୁ ଅଟୋଟି ଶ୍ରମିକମାନଙ୍କୁ ନେଇ ଯାଉଥିଲା । ଶ୍ରମିକମାନେ ଦିନସାରା କାମ କରି ଘରକୁ ଫେରୁଥିଲେ । ଏହି ସମୟରେ ସରକାରୀ ବସ୍‌ଟି ଅଟୋକୁ ଧକ୍କା ଦେଇଥିଲା । ଏଥିରେ ଅଟୋଟି ଓଲଟି ଯାଇଥିଲା । ଅଟୋରେ ବସିଥିବା ଯାତ୍ରୀମାନେ ପଡ଼ିଯାଇଥିଲେ । ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । 

 

  • Tags:

Subscribe

National International State Sports Entertainment