ମୁମ୍ବାଇ, ଜୁନ୍ ୩୦ (ଖବର ଓଡ଼ିଶା): ଭାରତୀୟ ଜନତା ପାର୍ଟି (ବିଜେପି)ର ମହାରାଷ୍ଟ୍ର ଶାଖାର ସଭାପତି ଚନ୍ଦ୍ରକାନ୍ତ ପାଟିଲ ବୁଧବାର ରାତିରେ କହିଛନ୍ତି ଯେ, ଦଳର ନେତା ଦେବେନ୍ଦ୍ର ଫଡଣବୀସ ଓ ଶିବସେନାର ବିଦ୍ରୋହୀ ନେତା ଏକନାଥ ଶିନ୍ଦେ ଏବେ ଆଗାମୀ ରଣନୀତି କରିବେ । ଏହା ପୂର୍ବରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେ ରାଜ୍ୟ ବିଧାନସଭାରେ ଶକ୍ତି ପରୀକ୍ଷା ପୂର୍ବରୁ ନିଜର ଇସ୍ତଫା ଦେଇଦେଇଛନ୍ତି ।
ରାଜ୍ୟର ବିଜେପି ଶାଖା ନିଜର ସମସ୍ତ ବିଧାୟକଙ୍କୁ ମୁମ୍ବାଇରେ ଏକତ୍ର ହେବା ପାଇଁ ପୂର୍ବରୁ କୁହାଯାଇଛି । ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ପାର୍ଟି ହୋଇଥିବାରୁ ବିଜେପିର ଆଗାମୀ ପଦକ୍ଷେପ ସଂପର୍କରେ ଜାତୀୟ ଗଣମାଧ୍ୟମ ପକ୍ଷରୁ ପଚରାଯିବାରୁ ଶ୍ରୀ ପାଟିଲ କହିଛନ୍ତି ଯେ, ଆଗାମୀ ଦିନର ରଣନୀତି ସଂପର୍କରେ ଫଡଣବୀସ ଓ ଏକନାଥ କରିବେ ।
ବିଜେପି ସଭାପତି କହିଛନ୍ତି ଯେ, କର୍ମକର୍ତ୍ତାଙ୍କୁ ବିଜୟ ସମୟରେ ସଂଯମତା ରକ୍ଷା କରିବା ପାଇଁ କୁହାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବୀସ ବୁଧବାର କହିଥିଲେ ଯେ, ପାର୍ଟିର ରଣନୀତି ନେଇ ଗୁରୁବାର କହିବି ।