ମହାରାଷ୍ଟ୍ରରେ ୩ ମହଲା କୋଠା ଭୁଶୁଡ଼ିବା ଘଟଣା: ମୃତକଙ୍କ ସଂଖ୍ୟା ୧୭କୁ ବୃଦ୍ଧି
Khabar Odisha:Nation-Death-toll-rises-to-17-in-Bhiwandi-building-collapse-incident-Five-more-people-have-been-rescued

ମୁମ୍ବାଇ, ସେପ୍ଟେମ୍ବର ୨୨ (ଖବର ଓଡ଼ିଶା): ମହାରାଷ୍ଟ୍ରର ଥାଣେ ଜିଲ୍ଲାରେ ସୋମବାର ଭୋରରୁ ତିନି ମହଲା କୋଠା ଭୁଶୁଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା ୧୭ରେ ପହଂଚିଛି । ଭିୱଣ୍ଡିରେ ଏହି ଦୁର୍ଘଟଣା ଘଟିଛି । ଘଟଣା ସମୟରେ ପାଖାପାଖି ୨୦ ଜଣ ଲୋକଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସୂଚନା ମିଳିବା ପରେ ଏନଡିଆରଏଫ ଟିମର ୨ଟି ଉଦ୍ଧାରକାରୀ ଟିମ ପହଂଚି ଉଦ୍ଧାର କାଯ୍ୟରେ ଲାଗିପଡ଼ିଥିଲେ । 

ଏନଡିଆରଏଫ ତରଫରୁ କୁହାଯାଇଛି ଯେ, କୋଠା ଭୁଡିବାରେ ୨୦ ଜଣ ଚାପି ହୋଇଯାଇଥିଲେ । ଏଥିରେ ୭ ଜଣ ଶିଶୁ ଥିଲେ । ଥଣେ ଠାରୁ ୧୦ କିଲୋମିଟର ଦୂରରେ ଥିବା ଏହି କୋଠାରେ ପ୍ରାୟ ୪୦ଟି ପରିବାର ରହୁଥିଲେ । ଏଥିରେ ମୋଟ ୧୫୦ ଜଣ ଲୋକ ଥିଲେ । କୋଠାର ମାଲିକ ସୟଦ ଅହମଦ ଜିଲାନୀଙ୍କ ନାଁରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି । 

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି କୋଠା ଦୁର୍ବଳ ଅବସ୍ଥାରେ ଥିଲା । ସୋମବାର ଭୋର ସକାଳ ୩ଟା ୪୫ରେ ଏହି କୋଠା ଭୁଶୁଡ଼ିବା ପରେ ସ୍ଥାନୀୟ ଅଂଚଳରେ ଭୟ ସୃଷ୍ଟି ହୋଇଥିଲା । ମାଟି ତଳେ ଚାପି ହୋଇଯାଇଥିବା ୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ଅନେକ ଲୋକ ଚାପି ହୋଇଥିବା ଆଶଙ୍କା କରାଯାଉଛି । ତେବେ ଉଦ୍ଧାର ହୋଇଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଲେଖାଯିବା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । 

 

  • Tags:

Subscribe

National International State Sports Entertainment