ଜନ୍ମାଷ୍ଟମୀ, ଗଣେଶ ପୂଜା ଲାଗି ଗାଇଡଲାଇନ ଜାରି କଲେ ଗୋଆ ସରକାର
Khabar Odisha:Nation-Covid-19-Goa-issues-guidelines-for-Janmashtami-Ganesh-chaturthi-celebrations

ପାଣାଜୀ, ଅଗଷ୍ଟ ୧୦ (ଖବର ଓଡ଼ିଶା): କରୋନା ଭାଇରସ ଯୋଗୁଁ ସମଗ୍ର ଦେଶ ବ୍ୟସ୍ତଥିବା ଥିବା ବେଳେ ଗୋଆ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଜନ୍ମାଷ୍ଟମୀ ଓ ଗଣେଶ ପୂଜା ଲାଗି ଗାଇଡଲାଇନ ଜାରି କରିଛନ୍ତି । ମାର୍ଗଦର୍ଶିକା ଅନୁସାରେ ସଂପର୍କିତ କର୍ତ୍ତୃପକ୍ଷ ଦ୍ୱାରା ବଜାରରେ ବୁଲିବୁଲି ଦେଖାଯିବ । ବଜାରରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପୋଲିସ କାର୍ଯ୍ୟାଳୟ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାଗୁଡ଼ିକରେ ଉତ୍ସବ ସମୟରେ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାନିଟାଇଜର ବ୍ୟବହାର କରିବାକୁ କୁହାଯାଇଛି ।ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ବଜାରରେ ସ୍ଥିତି ଯାଞ୍ଚ କରାଯିବ । କୋଭିଡ-୧୯ ଗାଇଡଲାଇନ ପାଳନ ହେଉଛି କି ନାହିଁ, ତାହା ଦେଖାଯିବ । ଗଣେଶ ପୂଜା ସମୟରେ ଗୋଆ ସୀମା ଅତିକ୍ରମ କରୁଥିବା ଲୋକଙ୍କୁ ୨୪ ଘଣ୍ଟା ଭିତରେ ହିଁ ଫେରିବାକୁ ପଡ଼ିବ ଅଥଚ ଏଥିରୁ ଅଧିକ ସମୟ ଅତିବାହିତ କଲେ କ୍ୱାରେଣ୍ଟାଇନରେ ରହିବାକୁ ହେବ । ଦେଶର ବିଭିନ୍ନ ରାଜ୍ୟରେ ରହୁଥିବା ଗୋଆ ମୂଳ ନିବାସୀ ନିଜ ରାଜ୍ୟକୁ ଫେରିପାରିବେ । କିନ୍ତୁ ଏଥିପାଇଁ ଭାରତୀୟ ମେଡିକାଲ ଗବେଷଣା ପରିଷଦର ଗାଇଡଲାଇନ ପାଳନ କରିବାକୁ ହେବ । 

 

  • Tags:

Subscribe

National International State Sports Entertainment