ଭାରତ ସହିତ ବନ୍ଧୁତା ବଢ଼ିବା ଉଚିତ: ଚୀନ ବିଦେଶ ମନ୍ତ୍ରୀ
Khabar Odisha:Nation-Chinese-foreign-minister-Wang-Yi-on-India-China-relations-and-border-disputes

ନୂଆଦିଲ୍ଲୀ, ମାର୍ଚ୍ଚ ୦୮ (ଖବର ଓଡ଼ିଶା): ଚୀନର ବିଦେଶ ମନ୍ତ୍ରୀ ରବିବାର ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଚୀନ ଓ ଭାରତ ଜଣେ ଅନ୍ୟକୁ ତଳେ ପକାଇବା ବନ୍ଦ କରିବା ଉଚିତ । ଉଭୟ ଭାରତ ଓ ଚୀନ ମଧ୍ୟରେ ଜଣେ ଅନ୍ୟ ପ୍ରତି ଉଦାର ମନୋଭାବ ରଖିବା ସହ ଦ୍ୱିପାକ୍ଷୀକ ସହଯୋଗ ଦିଗରେ କାମ କରିବା ଉଚିତ । ଏହା ଦ୍ୱାରା ଉଭୟ ଦେଶ ମଧ୍ୟରେ ଉପୁଜିଥିବା ସୀମା ବିବାଦ ସମସ୍ୟାର ସମାଧାନ ହୋଇପାରିବ । 

ଚୀନର ବିଦେଶ ମନ୍ତ୍ରୀ ରବିବାର ସୀମା ବିବାଦ ନେଇ ଚୀନ-ଭାରତର ସଂପର୍କର ପୂରା କାହାଣୀ କହିବାକୁ ମନା କରି ଦେଇଛନ୍ତି । ସେ କହିଛନ୍ତି ଯେ, ଉଭୟ ଦେଶ ବନ୍ଧୁ । କିନ୍ତୁ ଉଭୟ ଦେଶ ମଧ୍ୟରେ ଦେଖାଯାଇଥିବା ବିବାଦ ଶେଷ ହେବା ଦରକାର । ଭାରତ-ଚୀନ ସଂପର୍କ ଉପରେ ନିଜର ବାର୍ଷିକ ସାମ୍ବାଦିକ ସମ୍ମିଳନୀ ସମୟରେ ଗଣମାଧ୍ୟମର ପ୍ରତିନିଧିଙ୍କ ପ୍ରଶ୍ନରେ ଉତ୍ତର ଦେଇ ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟୀ କହିଛନ୍ତି ଯେ, ସୀମା ବିବାଦ ଏଭଳି ପ୍ରସଙ୍ଗ ଯାହାକି ଇତିହାସରୁ ଜଣାପଡ଼ିଥାଏ । କିନ୍ତୁ ଭାରତ ଓ ଚୀନ ମଧ୍ୟରେ ଦେଖାଯାଇଥିବା ବିବାଦର ସମାଧାନ ଶୀଘ୍ର ଶେଷ ହୋଇଯିବା ଦରକାର । ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷୀକ ସଂପର୍କକୁ ଆଲୋଚନା ମାଧ୍ୟମରେ ଆଗକୁ ନିଆଯିବା ଉଚିତ । 

 

  • Tags:

Subscribe

National International State Sports Entertainment