ନୂଆଦିଲ୍ଲୀ: ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା ଆଶାୟୀଙ୍କ ପାଇଁ ବଡ ଖବର । ଏବେ ବିଦେଶରେ ଏମବିବିଏସ କରିବା ପାଇଁ ନିଟ୍ ୟୁଜି ପରୀକ୍ଷା ପାସ୍ କରିବା ବାଧ୍ୟତାମୂଳକ । ମେଡିକାଲ କାଉନସିଲ ଅଫ ଇଣ୍ଡିଆର ଏହି ନିୟମ ଉପରେ ମୋହର ମାରିଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୮ରେ ଅଣା ଯାଇଥିବା ଏହି ନିୟମ ଅନୁସାରେ ବିଦେଶରେ ମେଡିକାଲ ପଢୁଥିବା ଭାରତୀୟ ଛାତ୍ର-ଛାତ୍ରୀମାନଙ୍କୁ ଭାରତରେ ପ୍ରାକ୍ଟିସ କରିବା ପାଇଁ ଜରୁରୀ ମାନଦଣ୍ଡ ପୂରା କରିବାକୁ ପଡିବ ।
ସୁପ୍ରିମକୋର୍ଟ ନିଜର ଏହି ନିଷ୍ପତ୍ତିରେ କହିଛନ୍ତି ଯେ, ଏହି ନିୟମ ନିରପେକ୍ଷ ଓ ପାରଦର୍ଶି ରହିଛି । ଏହା କାହାରି ବୈଧାନିକ ପ୍ରାବଧାନ ଓ ସମ୍ବିଧାନ ବିରୋଧରେ ନାହିଁ । ଏହି ନିୟମ ଇଣ୍ଡିଆନ ମେଡିକାଲ୍ କାଉନସିଲ ଆକ୍ଟ ୧୯୫୬ର କୌଣସି ପ୍ରାବଧାନ ବିରୋଧୀ ନୁହେଁ । ନିଟ୍ ୟୁଜିସ ପାସ୍ କରିବା ନିୟମ ମେଡିକାଲ ଏଜୁକେସନ ରେଗୁଲେସନ, ୧୯୯୭ ଅନ୍ତର୍ଗତ ଆସୁଛି । ସୁପ୍ରିମକୋର୍ଟରେ ବିଚାରପତି ବିଆର ଗବଇ ଓ କେ ବିନୋଦ ଚନ୍ଦ୍ରନଙ୍କ ପୀଠ ଯାଚିକା ଉପରେ ଶୁଣାଣି କରିଛନ୍ତି ।
ସୂଚନାଯୋଗ୍ୟ, ୨୦୧୮ରୁ ସେହି ଭାରତୀୟ ଛାତ୍ରଙ୍କ ପାଇଁ ନିଟ୍ ୟୁଜି ପାସ୍ କରିବା ବାଧ୍ୟତାମୂଳକ କରାଯାଇଛି, ଯେଉଁମାନେ ବିଦେଶରେ ପଢି ଭାରତରେ ଡାକ୍ତରୀ ହେବାକୁ ଚାହୁଁଛନ୍ତି । ଯାଚିକାକର୍ତ୍ତା ଏମସିଆଇର ରେଗୁଲେସନକୁ ଚ୍ୟାଲେଞ୍ଜ କରି ତର୍କ ଦେଇଥିଲେ ଯେ, ୨୦୧୮ର ନିୟମ ଇଣ୍ଡିଆନ ମେଡିକାଲ କାଉନସିଲ ଆକ୍ଟ, ୧୯୫୬ରେ ସଂଶୋଧନ ବିନା ଅଣା ଯାଇଥିଲା ।