ନୂଆଦିଲ୍ଲୀ: ମହିଳା ଆଇଏଏସ ଅଧିକାରୀଙ୍କ ଫେସବୁକ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ତେବେ ବ୍ୟକ୍ତିଙ୍କୁ ଶେହରେ ଜାମିନ ମିଳି ଯାଇଛି । ଏଥିପାଇଁ ତାଙ୍କୁ ଶତାଧିକ କିମି ଯାତ୍ରା କରିବାକୁ ପଡିଛି । ଅଧିକାରୀଙ୍କ ଏକ ପୋଷ୍ଟ ଉପରେ ଜଣେ ବ୍ୟକ୍ତି କମେଣ୍ଟ କରିଥିଲେ, ଯାହା ଉପରେ ଘୋର ଆପତ୍ତି ପ୍ରକାଶ କରିଥିଲେ ମହିଳା ଅଧିକାରୀ । ମାମଲା ଅଧିକ ବିଗିଡିବାରୁ ମହିଳା ଆଇଏଏସ ବ୍ୟକ୍ତିଙ୍କ ବିରୋଧରେ ଥାନାରେ କେସ୍ ରୁଜୁ କରିଥିଲେ ।
ଆସାମର ନଲବାଡି ଟାଉନରେ ଆଇଏଏସ ଅଧିକାରୀ ବର୍ଣ୍ଣାଳୀ ଡେକାଙ୍କ ପୋଷ୍ଟ ଉପରେ ହାହା ଇମୋଜି ଦେଇ ଅମିତ ଚକ୍ରବର୍ତ୍ତୀ ନାମକ ବ୍ୟକ୍ତି ଫସିଥିଲେ । ତାଙ୍କ ବିରୋଧରେ କେସ୍ ରୁଜୁ ହୋଇଥିଲା । ସାଇବର ଷ୍ଟକିଙ୍ଗ ଓ ଆପତ୍ତି ଜନକ ଟିପ୍ପଣୀ ମାମଲାରେ ଅମିତଙ୍କୁ କୋକରାଝାର କୋର୍ଟରୁ ଶେଷରେ ଜାମିନ ମିଳିଛି । ବଡ କଥା ଏହି ଜାମିନ ପାଇଁ ତାଙ୍କୁ ୨୭୩ କିମି ଦୂର ଯିବାକୁ ପଡିଥିଲା ।
ଅଭିଯୋଗ ପରେ ଚକ୍ରବର୍ତ୍ତୀଙ୍କୁ ୨୭୩ କିମି ଦୁରରେ ତଲବ କରାଯାଇଥିଲା । ମହିଳା ଆଇଏଏସ ଅଧିକାରୀ ଚକ୍ରବର୍ତ୍ତୀଙ୍କ ବ୍ୟତୀତ ନରେଶ ବରୁଆ ଓ ଅବଦୁଲ ସୁବୁର ଚୌଧୁରୀ ନାମକ କଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲ । କେବଳ ପ୍ରତିକ୍ରିୟାକୁ ନେଇ ଏମିତି କେସ୍ ରୁଜୁ ହେବା ଖବର ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି ।