ଦୁର୍ଗାପୁର: ବର୍ଷକ ପୂର୍ବରୁ କୋଲକାତାର ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଜଣେ ଛାତ୍ରୀଙ୍କୁ ବଳାତ୍କାର ଏବଂ ହତ୍ୟା କରିବା ଘଟଣା ପଶ୍ଚିମବଙ୍ଗରେ ହଇଚଇ ସୃଷ୍ଟି କରିଥିଲା। ଏବେ ଦୁର୍ଗାପୁରରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କାର୍ମ ମାମଲା ସାମ୍ନାକୁ ଆସିଛି, ଯାହା ସହରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି।
ପୀଡିତା ଶୋଭାପୁରର ଏକ ଘରୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ପରିବାର ସଦସ୍ୟ ମଧ୍ୟ ଦୁର୍ଗାପୁର ଆସି କଲେଜର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି। ଛାତ୍ରୀ ଜଣକ ଓଡ଼ିଶାର ଜଳେଶ୍ୱରର ବାସିନ୍ଦା ବୋଲି କୁହାଯାଉଛି।
ପୀଡିତାଙ୍କ ବାପା କହିଛନ୍ତି ଯେ ତାଙ୍କ ଝିଅ ଦ୍ୱିତୀୟ ବର୍ଷର ମେଡିକାଲ କଲେଜ ଛାତ୍ରୀ। ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ସେ ଜଣେ ବନ୍ଧୁଙ୍କ ସହିତ ଖାଇବାକୁ ଯାଇଥିଲେ। ବାଟରେ ଦୁଇ କିମ୍ବା ତିନି ଜଣ ଯୁବକ ତାଙ୍କୁ ଅଟକାଇ ବଳପୂର୍ବକ ଉଠାଇ ନେଇଥିଲେ। ସେମାନେ ତାଙ୍କୁ ଏକ ନିର୍ଜନ ଅଞ୍ଚଳକୁ ନେଇଯାଇଥିଲେ, ଯେଉଁଠାରେ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିଲେ। ଘଟଣା ପରେ ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ବନ୍ଧୁ ଭାସୁ ଅଲିଙ୍କ ଭୂମିକା ମଧ୍ୟ ସନ୍ଦେହଜନକ।
ଘଟଣା ସମ୍ପର୍କରେ ଜାଣିବା ପରେ ପୀଡିତାଙ୍କ ବାପା-ମାଆ ଶନିବାର ସକାଳେ ଦୁର୍ଗାପୁରରେ ପହଞ୍ଚିଥିଲେ। ପୋଲିସ ମଧ୍ୟ ହସ୍ପିଟାଲରେ ପହଞ୍ଚି ପୀଡିତାଙ୍କୁ ପଚରାଉଚରା କରିଥିଲା ଏବଂ ତାଙ୍କ ବୟାନ ରେକର୍ଡ କରିଥିଲା। ସେମାନେ ତାଙ୍କ ଝିଅର ବନ୍ଧୁଙ୍କୁ ମଧ୍ୟ ସନ୍ଦେହ କରୁଛନ୍ତି। ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପ୍ରକୃତରେ କେତେ ଜଣ ସମ୍ପୃକ୍ତ ଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଛି। ପୋଲିସ ଅଧିକାରୀମାନେ କହିଛନ୍ତି ଯେ ତଦନ୍ତ ଆଗକୁ ବଢ଼ିବା ସହିତ ସୂଚନା ଦିଆଯିବ।
ଅଧିକ ପଢ଼ନ୍ତୁ: ସାମ୍ବାଦିକ ସମ୍ମିଳନୀରେ ମହିଳା ସାମ୍ବାଦିକଙ୍କ ପ୍ରବେଶ ନିଷେଧ ନେଇ ମନ୍ତ୍ରାଳୟର ପ୍ରଥମ ପ୍ରତିକ୍ରିୟା