ଭାରତର ବୋଲିଙ୍ଗ ବିଭାଗ ଶକ୍ତିଶାଳୀ ହେବାକୁ ହେଲେ ବୁମ୍ରାଙ୍କ ୱାର୍କ ମ୍ୟାନେଜେମେଣ୍ଟ ନିହାତି ଦରକାର - ଭରତ ଅରୁଣ
Khabar Odisha:Managing-Bumrahs-workload-so-that-he-can-bowl-full-throttle-Bharat-Arun
ନୂଆଦିଲ୍ଲୀ, ଜୁନ ୩୦ (ଖବର ଓଡ଼ିଶା):

ବର୍ତ୍ତମାନ ଭାରତୀୟ ବୋଲିଙ୍ଗ ଲାଇନର ମେରୁଦଣ୍ଡ କହିଲେ ଫାଷ୍ଟ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ବୁଝାଏ । ନିଜର ବୋଲିଙ୍ଗ ଷ୍ଟାଇଲ ଏବଂ ବିଭିନ୍ନ ପ୍ରକାର ଭେରିଏସନ ଦ୍ୱାରା ବହୁ ବ୍ୟାଟସମାନଙ୍କୁ ହଇରାଣରେ ପକାଇଥାନ୍ତି ବୁମ୍ରା । 

ତେବେ ଭାରତୀୟ ବୋଲିଙ୍ଗର ମେରୁଦଣ୍ଡ କୁହାଯାଉଥିବା ବୁମ୍ରାଙ୍କ ଠିକ ଭାବେ ଯତ୍ନ ନିଆଗଲେ ଏହା ଭାରତୀୟ ଦଳ ପାଇଁ ମଙ୍ଗଳ ହେବ ବୋଲି ଭାରତୀୟ ବୋଲିଙ୍ଗ କୋଚ ଭରତ ଅରୁଣ କହିଛନ୍ତି । 

ଗତ କିଛି ବର୍ଷ ହେଲା ଭାରତୀୟ ଦଳର ବୋଲିଙ୍ଗରେ ବହୁ ପରିବର୍ତନ ଘଟିଛି । ଦଳରେ ଥିବା ବୋଲର ମାନେ ଫିଟନେସରେ ଉର୍ନ୍ନତି କରିବା ଦ୍ୱାରା ବହୁ ସଫଳତା ମଧ୍ୟ ପାଉଛନ୍ତି ବୋଲି ଭରତ ଅରୁଣ ମଧ୍ଯ କହିଛନ୍ତି ।

  • Tags:

Subscribe

National International State Sports Entertainment