ଡରାଇଲାଣି H3N2, ନେଲା ଆଉ ଏକ ମୁଣ୍ଡ
Khabar Odisha:Maharashtra-Sees-1st-H3N2-Death-352-Patients-Test-ve
ଖବର ଓଡିଶା : 15/03/2023

 ଡରାଇଲାଣି H3N2 । ଦିନକୁ ଦିନ ଘାତକ ହେବାରେ ଲାଗିଛି ଭାଇରସ। ଆଜି ଏନ୍‌ଫ୍ଲୁଏଞ୍ଜା H3N2 ଭାଇରସରେ ଆକ୍ରାନ୍ତ ହୋଇ ଆଉ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଭାତରରେ ଏହି ଭାଇରସରେ ଆକ୍ରାନ୍ତ ହୋଇ 7 ଜଣ ପ୍ରାଣ ହରାଇ ସାରିଲେଣି। ମହାରାଷ୍ଟ୍ରରେ H3N2 ଭାଇରସ୍ ଯୋଗୁ ପ୍ରଥମ ସନ୍ଦେହଜନକ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଏହି ଭାଇରାଲ ଇନ୍‌ଫେକ୍‌ସନ୍‌ରୁ ହୋଇଥିବା ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ି ଯାଇଛି। ଭୟରେ ପୁଡୁଚେରୀରେ ମାର୍ଚ୍ଚ 16 ଅର୍ଥାତ୍‌ ଆସନ୍ତାକାଲିଠାରୁ ସ୍କୁଲ ଛୁଟି । ପାଖାପାଖି 10 ଦିନ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସ୍ଥାନୀୟ ସରକାର । ଏନେଇ ପୁଡୁଚେରୀ ଶିକ୍ଷାମନ୍ତ୍ରୀ ଏ ନମଶିବାୟମ୍ ସୂଚନା ଦେଇଛନ୍ତି । 5 ବର୍ଷରୁ କମ୍‌ ବୟସର ପିଲାଙ୍କୁ ଏହି ଭାଇରସ ଅଧିକ ଆକ୍ରାନ୍ତ କରିବାର ସମ୍ଭାବନା ରହିଥିବା କୁହାଯାଉଛି । ଏମିତିକି 5 ବର୍ଷରୁ କମ୍‌ ବୟସର ପିଲା ଏହି H3N2 ଇନ୍‌ଫ୍ଲୁଏନ୍‌ଜାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଲାଣି । ସବୁଠାରୁ ବଡ କଥା ହେଉଛି ସ୍କୁଲକୁ ଯାଉନଥିବା ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି ଭୂତାଣୁର ସଂକ୍ରମଣ ଦେଖା ଯାଉଛି । ଯଦିଓ ରାଜ୍ୟରେ ସେଭଳି ମାମଲା ସାମ୍ନାକୁ ଆସିନାହିଁ, କିନ୍ତୁ ସର୍ବଭାରତୀୟ ସ୍ତରରେ ଚିହ୍ନଟ ହୋଇଥିବା ରୋଗୀଙ୍କ ସଂଖ୍ୟା ଚିନ୍ତାଜନକ । 

Subscribe

National International State Sports Entertainment