ପୁଣି ଦୁର୍ଘଟଣାର ସମ୍ମୁଖୀନ ହେଲା ଯାତ୍ରୀବାହୀ ଏକ୍ସପ୍ରେସ୍ । ଯାତ୍ରୀବାହୀ ଏକ୍ସପ୍ରେସ୍ ସହ ଧକ୍କା ହେଲା JCB । ଯାହାଫଳରେ ଜଣେ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଉତ୍ତର ପ୍ରଦେଶରେ ଲୋକମାନ୍ୟ ତିଳକ ଏକ୍ସପ୍ରେସ୍ ବାରାଣାସୀ ଯାଉଥିବା ସମୟରେ ଦୁର୍ଘଟଣାର ସାମ୍ନା କରିଛି । JCB କ୍ରସିଙ୍ଗ୍ ପାର୍ କରୁଥିବା ସମୟରେ ଏକ୍ସପ୍ରେସ୍ ସହ ଧକ୍କା ହୋଇଥିଲା । ଯାହାଫଳରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏକ୍ସପ୍ରେସ୍ ସହ JCB ଧକ୍କା ହେବା ସମୟରେ ଏକ ଭୟଙ୍କର ଶବ୍ଦ ସୃଷ୍ଟି ହୋଇଥିଲା । ଏହି ଶବ୍ଦରେ ସ୍ଥାନୀୟ ଲୋକ ଭୟଭୀତ ହୋଇ ଟ୍ରେନ ପାଖକୁ ଆସିଥିଲେ । ଏମିତି ଦୁର୍ଘଟଣା ଦେଖି ସେମାନେ ତୁରନ୍ତ ରେଲୱେ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ରେଲୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।
ଆଗକୁ ପଢ଼ନ୍ତୁ : ବସକୁ ଧକ୍କା ଦେଲା ଟ୍ରକ : ୪ ମୃତ