ଆଜି ସକାଳୁ ସକାଳୁ ପୁଣି ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । କ୍ରିକେଟ ଖେଳାଳିଙ୍କ ବସକୁ ଧକ୍କା ଦେଲା ଟ୍ରକ । ଯାହାଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହେବାସହିତ ୧୦ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ , ଆଜି ସକାଳେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଖେଳାଳିମାନେ ବସ ଯୋଗେ ଆସୁଥିବା ସମୟରେ ଅଧାବାଟରେ ଟ୍ରକ ସହ ଧକ୍କା ହୋଇଥିଲା । ଯାହାଫଳରେ ୪ ଜଣଙ୍କର ମୃତ୍ୟୁ ହୋଇ ଯିବାସହିତ ୧୦ ଜଣ ଆହତ ହୋଇଥିଲେ । ସ୍ଥାନୀୟ ଲୋକ, ତୁରନ୍ତ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ଗାଡ଼ି ଦ୍ୱୟ ଭାଙ୍ଗି ନଷ୍ଟ ହୋଇଯାଇଛି ।
ଆଗକୁ ପଢ଼ନ୍ତୁ : ତାମିଲନାଡୁର ବିରୁଧୁନଗରରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ