ନୂଆଦିଲ୍ଲୀ: ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ ଅପରେସନ ସିନ୍ଦୁର ସମୟରେ ପାକିସ୍ତାନ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ସେନା ମୁଖ୍ୟ କହିଛନ୍ତି ଯେ ଯେତେବେଳେ ଅପରେସନ ସିନ୍ଦୁର ଚାଲିଥିଲା, ଆମେ ପାକିସ୍ତାନରୁ ଏକ ବାର୍ତ୍ତା ପାଇଥିଲୁ, ଯେଉଁଥିରେ ପାକିସ୍ତାନ କହୁଥିଲା, 'ପୋଷ୍ଟ ଛାଡି ମୁଜାଫରାବାଦ ପଳାଅ'।
ଅପରେସନ ସିନ୍ଦୁର ମେ ୧୬ ପର୍ଯ୍ୟନ୍ତ ଜାରି ରହିଥିଲା। ସେନା ମୁଖ୍ୟ ଏହା ମଧ୍ୟ କହିଛନ୍ତି, 'ଅପରେସନ ସିନ୍ଦୁର ୧୬ ମେ ପର୍ଯ୍ୟନ୍ତ ଜାରି ରହିଥିଲା ଏବଂ ଆମେ ସମ୍ପୂର୍ଣ୍ଣ ସତର୍କ ରହିଥିଲୁ। ଆମେ କହିପାରିବୁ ନାହିଁ କିପରି କ'ଣ ହେଲା?' ପାକିସ୍ତାନ ସୀମା (LoC) ରେ ଲଗାତାର ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି। ଆମର ସେନା ସତର୍କ ଅଛି।
ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶୁକ୍ରବାର ଦିଲ୍ଲୀରେ 'ଅପରେସନ ସିନ୍ଦୁର ଦ ଅନଟୋଲ୍ଡ ଷ୍ଟୋରୀ ଅଫ୍ ଇଣ୍ଡିଆ' ପୁସ୍ତକ 'ଡିପ୍ ଷ୍ଟ୍ରାଇକ୍ ଇନସାଇଡ୍ ପାକିସ୍ତାନ' ଉନ୍ମୋଚନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଅପରେସନ ସିନ୍ଦୁର ସାମ୍ନାରେ ପାକିସ୍ତାନ କିପରି ପଳାୟନ କରିବାକୁ ବାଧ୍ୟ ହୋଇଥିଲା। ଏହି ପୁସ୍ତକ କେବଳ ଏକ ସାମରିକ ଅଭିଯାନର କାହାଣୀ ନୁହେଁ ବରଂ ଭାରତୀୟ ସେନା ଏବଂ ଦେଶର ସାହସର କାହାଣୀ।
ଏହା ସହିତ ସେନା ମୁଖ୍ୟ GSTରେ ପରିବର୍ତ୍ତନ ପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, 'ଏହା ଦ୍ୱାରା ଆମର ଷ୍ଟାର୍ଟଅପ୍ ଏବଂ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହନ ମିଳିବ। ଆମେ ଗବେଷଣା ଏବଂ ବିକାଶରେ ଲାଭବାନ ହେବୁ। ସିମୁଲେଟର ଉପରେ ଶୂନ୍ୟ ପ୍ରତିଶତ GST ଅଛି, ଯାହା ଯୋଗୁଁ ଆମେ ଅଧିକ କିଣିପାରିବୁ।' ସେନା ମୁଖ୍ୟ ଦ୍ୱିବେଦୀ କହିଛନ୍ତି, 'ଆମେ କେବଳ ଅପଗ୍ରେଡେସନ୍ ଏବଂ ଆଧୁନିକୀକରଣରେ ଲାଭବାନ ହେଉଛୁ। ଏହା ସହ ଡ୍ରୋନ୍ ଏବଂ କାଉଣ୍ଟର ଟ୍ରନ୍ ସିଷ୍ଟମରେ ମଧ୍ୟ ଲାଭ ମିଳିବ।'
ସୂଚନାଯୋଗ୍ୟ, ଅପରେସନ୍ ସିନ୍ଦୂର ଭାରତୀୟ ସେନା ଦ୍ଵାରା ମେ ୬-୭ ରାତିରେ ପାକିସ୍ତାନ ଏବଂ PoKରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିବା ପାଇଁ ଆରମ୍ଭ କରାଯାଇଥିବା ଏକ ସାମରିକ ଅଭିଯାନ। ୨୦୨୫ ଏପ୍ରିଲ ୨୨ରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ କରାଯାଇଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା।