ଜମ୍ମୁକାଶ୍ନୀରର ପୁଲୱାମା ଜିଲ୍ଲାରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଧରିବା ନେଇ ଭାରତୀୟ ସୁରକ୍ଷା ବାହିନୀ ପକ୍ଷରୁ ବଡଧରଣର ସର୍ଚ୍ଚ ଅପରେସନ ଆରମ୍ଭ
Khabar Odisha:Large-scale-search-operation-launched-by-Indian-security-forces-in-Jammu-and-Kashmirs-Pulwama-district
ଜମ୍ମୁକାଶ୍ମୀର, ଜୁନ ୦୩ (ଖବର ଓଡ଼ିଶା):

ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ଲୁଚିରହିଥିବା କିଛି ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସୁରକ୍ଷା ବାହିନୀ ପକ୍ଷରୁ ବଡଧରଣର ଅପରେସନ ଆରମ୍ଭ କରାଯାଇଥିବା ନେଇ ସୂଚନା ମିଳିଛି । ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇବା ପରେ ବୁଧବାର ସକାଳେ ସୁରକ୍ଷା ବାହିନୀ ଦ୍ୱାରା ଏହି ଅଞ୍ଚଳକୁ ଅବରୋଧ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ନ୍ୟାସନାଲ ରାଇଫଲ୍ସ, ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ଏବଂ ଜାମ୍ମୁ କାଶ୍ମୀର ପୋଲିସ୍ ସ୍ପେଶାଲ ଅପରେସନ୍ ଗ୍ରୁପ୍ (SOG) ଏବଂ ଭାରତୀୟ ଗୁଇନ୍ଦା ସଂସ୍ଥାର ସ୍ପେଶାଲ ଫୋର୍ସ ଆଜି ପୁଲୱାମାର କାଙ୍ଗନ ଦାଦୁରାସରେ ଅଞ୍ଚଳରେ ଅବରୋଧ କରି ଓ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସୁରକ୍ଷା ବାହିନୀ ସେହି ଅଞ୍ଚଳର ସମସ୍ତ ପ୍ରସ୍ଥାନ ମାର୍ଗକୁ ସିଲ୍ କରି ଘର ଘର ବୁଲି ଖୋଜାଖୋଜି ଆରମ୍ଭ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇନଥିବା ଜଣାପଡିଛି । ଏହି ଅଞ୍ଚଳରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବାର ଖବର ମିଳିଛି। ସେପଟେ ଏହି ଅଞ୍ଚଳରେ ଗୁଜବକୁ ରୋକିବା ପାଇଁ ମୋବାଇଲ୍ ଇଣ୍ଟରନେଟ୍ ସେବାକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରଖାଯାଇଛି। ବିରୋଧ କରିବାକୁଥିବା ଯେକୌଣସି ପ୍ରୟାସକୁ ରୋକିବା ପାଇଁ ନିକଟବର୍ତ୍ତୀ ଅଞ୍ଚଳରେ ଅତିରିକ୍ତ ସୁରକ୍ଷା ବାହିନୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।

  • Tags:

Subscribe

National International State Sports Entertainment