ରୋଗୀମାନଙ୍କ ଦୁଃଖ ନିବାରଣ କରୁଛନ୍ତି ୬୨ ବର୍ଷୀୟ ମହିଳା କିରଣ କାମଦାର । ଆପଣମାନେ ଜାଣିଛନ୍ତି ଯେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ ମାନେ କେତେ କଷ୍ଟରେ ରହିଥାନ୍ତି । ସେହି କଷ୍ଟକୁ ଅନୁଭବ କରି ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ବାସକରୁଥିବା ଜଣେ ୬୨ ବର୍ଷୀୟ ମହିଳା କିରଣ କାମଦାର ପ୍ରତିଦିନ ଖିଚିଡି ବନାଇ ରୋଗୀ ମାନଙ୍କୁ ମାଗଣାରେ ଖୁଆଉଛନ୍ତି। ଆଶ୍ଚର୍ଯ୍ୟର କଥା କି ସେ ନିଜେ ପର୍କିନସନ ରୋଗରେ ପୀଡିତ । ରୋଗ ବିଷୟରେ ଜାଣିବାପରେ କିରଣ ଏହି ନିଷ୍ପତ୍ତି ନେଇଥିଲେ।ମହାରାଷ୍ଟ୍ରର ପାଲଘର ସ୍ଥିତ ଏକ ସରକାରୀ ଡାକ୍ତରଖାନାରେ କିରଣ ପ୍ରତିଦିନ ସେମାନଙ୍କ ପାଇଁ ଖିଚିଡି ବନାଇଥାନ୍ତି । ଦିନେ ନୁହେ ୩ ବର୍ଷ ହେଲା ସେ ଏହା ଜାରିରଖିଛନ୍ତି । ଏପରିକି ଗୋଟିଏ ଦିନ ବି ସେ ଖାଦ୍ୟ ଦେବାକୁ ବନ୍ଦ କରିନାହାନ୍ତି । ଏଥିପାଇଁ କିଛି ଲୋକ ତାଙ୍କୁ ଖିଚିଡି ଲେଡି ମଧ୍ୟ କୁହନ୍ତି ।
ପାଲଘରରେ ଥିବା ଡିଏମ୍ ପେଟିଟ୍ ସରକାରୀ ଡାକ୍ତରଖାନା ଉପରେ ଆଖପାଖର ୧୫ ରୁ ଅଧିକ ଗ୍ରାମର ଲୋକ ନିର୍ଭର କରନ୍ତି । ଦ୍ୱିପ୍ରହର ହେବା କ୍ଷଣି ସେଠାରେ ଥିବା ଅନେକ ରୋଗୀ କିରଣଙ୍କ ଆସିବା ବାଟକୁ ଅପେକ୍ଷା କରିଥାନ୍ତି। କିରଣ ଏକ ଟ୍ରଲିରେ ଖିଚିଡି ଭର୍ତ୍ତି ଡବା ନେଇ ସେଠାରେ ପହଞ୍ଚିଥାନ୍ତି । ସେହି ଡବା ଧରି ସେ ହସ୍ପିଟାଲରେ ଗୋଟିଏ ରୁମରୁ ଆଉଏକ ରୁମକୁ ଯାଇ ରୋଗୀଙ୍କୁ ଗରମାଗରମ ଖିଚିଡି ଖାଇବାକୁ ଦିଅନ୍ତି । ରୋଗୀଙ୍କ ପରିବାର ମଧ୍ୟ ସେହି ଖିଚିଡିକୁ ଖାଇଥାନ୍ତି । ପର୍କିନସନ ରୋଗରେ ପୀଡିତ ଥାଇ ମଧ୍ୟ ପ୍ରତ୍ୟକ ଦିନ ସକାଳ ୫ ରୁଉଠି ଖିଚି ବନାଇବାରେ ଲାଗିଯାନ୍ତି । ସେ ଖାଲି ଖିଚିଡି ବେନୋଉନାହାନ୍ତି ତା ସହ ସେ ପଡୋଶୀ ଘରର ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି ।
୫ ବର୍ଷ ପୂର୍ବରୁ ଯେତେବେ କିରଣ ଜାଣିବାକୁ ପାଇଲେ ଯେ ତାଙ୍କୁ ପର୍କିନସନ ରୋଗ ହୋଇଛି ସେହିସମୟରେ ତାଙ୍କୁ ଶକ୍ତ ଝଟକା ଲାଗିଥିଲା ।କିନ୍ତୁ ଦୃଢ ମନୋବଳ ତାଙ୍କୁ ସକ୍ରିୟ ରଖିବା ପାଇଁ ସାହାଯ୍ୟ କରିଥିଲା ।ପର୍କିନସନ ଯୋଗୁ ତାଙ୍କ ସକ୍ରିୟ ଜୀବନଶୈଳୀରେ ବାଧା ଆସିବ ବୋଲି ଆଶଙ୍କା ଥିଲା । ସେ କିପରି ନିଜେ ସକ୍ରିୟ ରହିବେ ତାର ଉପାୟ ସେ କରିଥିଲେ । ଖାଲି ସମୟରେ କିରଣ ପ୍ରଥମରୁ ଦଶମ ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଥିଲେ । ଏହି ବୟସରେ ସେ ନିଜକୁ ବେଶ ସକ୍ରିୟ ରଖିବାରେ ସଫଳ ହୋଇଛନ୍ତି । ପର୍କିନସନ ହେବାର ୨ ବର୍ଷ ପର୍ଯ୍ୟନ୍ତ କିରଣ ନିଜ ଘରେ ବହୁତ ସମୟ ବିଭିନ୍ନ କାମରେ ବ୍ୟସ୍ତ ରହୁଥିଲେ ।ନିଜ କାମ ସରିବା ପରେ ସେ ଆଉ ଏକ କାମ ଖୋଜୁଥିଲେ । ତାଙ୍କ ଝିଅ ପଲକର ସାଙ୍ଗ ହସ୍ପିଟାଲରେ ଭର୍ତ୍ତି ଥିବାବେଳେ କିରଣ ଓ ତାଙ୍କ ଝିଅ ତାଙ୍କୁ ଦେଖିବାକୁ ଯାଇଥିଲେ । ସେଠାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଦେଖିବା ପରେ ତାଙ୍କୁ ପ୍ରଭାବିତ କରିଥିଲା । ଏହା ଦେଖି ସେମାନଙ୍କର କଷ୍ଟ କିଛି ମାତ୍ରାରେ ଦୂର କରିବାକୁ କିରଣ ଚିନ୍ତା କରିଥିଲେ । ଅତି କମରେ ତାଙ୍କର ଖାଇବା ବ୍ୟବସ୍ଥା କରିପାରିଲେ ବଡ ସହାୟତା ହୋଇପାରିବ ବୋଲି କିରଣ ଭାବିଥିଲେ । ସେ ଦ୍ୱିପହରରେ ଖିଚିଡି ବାଣ୍ଟିବା ପାଇଁ ଅନୁମତି ମଧ୍ୟ ଆଣିଥିଲେ ।ସେହିଦିନଠାରୁ ପ୍ରତିଦିନ ଶହେଠୁ ବି ଅଧିକ ଲୋକଙ୍କ ପାଇଁ ସେ ଖିଚିଡି ନେଇଥାନ୍ତି ।
ଅଧିକ ପଢନ୍ତୁ ;ହୃଦଘାତର ଅଧିକ ଶିକାର ହେଉଛନ୍ତି ଯୁବବର୍ଗ ଜାଣନ୍ତୁ କାହିଁକି ?