ବିଶ୍ୱରେ ପ୍ରତିବର୍ଷ ଅନେକ ଲୋକ ହୃଦଘାତ କାରଣରୁ ପ୍ରାଣ ହରାଉଛନ୍ତି । କରୋନା ସଂକ୍ରମଣ ପରେ ଏହାର ସଂଖ୍ୟା ଆହୁରି ବୃଦ୍ଧି ପାଇଛି । କମ୍ ବୟସର ପିଲା ଏହି ହୃଦୟ ରୋଗରେ ପୀଡିତ ହେଉଛନ୍ତି । ଅଧିକାଂଶ କ୍ଷେତ୍ରରେ ଯୁବକମାନେ ହୃଦଘାତର ଶିକାର ହୋଇ ପ୍ରାଣ ହରାଉଥିବା ଦେଖିବାକୁ ମିଳୁଛି ।
ବର୍ତମାନ ଦ୍ରୁତ ଗତିରେ ହାର୍ଟ ଆଟାକ ଯୁବକ ମାନଙ୍କ ମଧ୍ୟରେ ବୃଦ୍ଧି ପାଉଛି । ନିକଟ ରେ ସୋସିଆଲ ମିଡ଼ିଆ ରେ ଗୋଟିଏ ଭିଡିଓ ଭାଇରଲ ହେଉଛି । ଜିମ ରେ ଜଣେ ଯୁବକ ଟ୍ରେଡ ମିଲ ରେ ଚାଲୁଥିବା ବେଳେ ହଟାତ ହାର୍ଟ ଆଟାକ ରେ ମୃତ୍ୟୁ ବରଣ କରୁଛନ୍ତି । ଗତ ବର୍ଷ ଉକ୍ତ ଯୁବକ ଙ୍କ ବଡ଼ ଭାଇ ଙ୍କ ର ମଧ୍ୟ ହାର୍ଟ ଆଟାକ ରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଏହାକୁ ନଜର ରେ ରଖି ଏମସ ର ଚିକିତ୍ସକ ଙ୍କ ଗୋଟିଏ ଅଧ୍ୟୟନ ରେ ଯୁବକ ମାନଙ୍କ ନିକଟ ର ବିଶେଷ ଭାବେ ହାର୍ଟ ଆଟାକ ର ୪ ଟି କାରଣ ଦାୟୀ ବୋଲି କୁହାଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସରେ ବ୍ୟାଘାତ କାରଣରୁ ଏପରି ଘଟୁଛି ।
1) ଆଜିକାଲି ଯୁବକ ମାନେ ନିଜ ଶରୀର କୁ ସେପ ଦେବା ପାଇଁ ଅତ୍ୟଧିକ ଷ୍ଟେରଏଡ଼ ନେଉଥିବା ଗୋଟିଏ କାରଣ ବୋଲି କୁହାଯାଇଛି । ଅପ୍ରଶିକ୍ଷଣ ନିମ ଟ୍ରେନର ଙ୍କ ଯୋଗୁଁ ଯୁବକ ମାନେ ଷ୍ଟେରା ଏଡ଼ ନେବା ଆରମ୍ଭ କରୁଛନ୍ତି । ସ୍ଫୁରଏଡ଼ ନେବା ଦ୍ବାରା ଯୁବକ ମାନଙ୍କ ଶରୀର ଉପରେ ଅନେକ ଖରାପ ପ୍ରଭାବ ପଡୁଛି ଯାହାକି ହାର୍ଟ ଆଟାକ ର କାରଣ ହେଉଛି ।
2) ଏହି ଗବେଷଣାରୁ ଜଣା ପଡିଛି ଯେ ଆଜିକାଲିର ଯୁବକ ମାନଙ୍କ ଜୀବନ ଉପରେ ଲାଇଫ ଷ୍ଟାଇଲ ମଧ୍ୟ ପ୍ରଭାବ ପକାଉଛି । ଖରାପ ଲାଇଫ ଷ୍ଟାଇଲ କାରଣରୁ ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରାଲ, ସୁଗାର, ଓଜନ ବୃଦ୍ଧି ହେଉଛି ହାର୍ଟ ଆଟାକ ର କାରଣ ।
3) ଏମସ ଡାକ୍ତର ଙ୍କ ଅଧ୍ୟୟନ ଅନୁସାରେ ଯୁବକ ମାନଙ୍କ ଅତ୍ୟଧିକ ମୋବାଇଲ ବ୍ୟବହାର ମଧ୍ୟ ସେମାନଙ୍କ ଜୀବନ ଚର୍ଯ୍ୟା କୁ ପ୍ରଭାବିତ କରୁଛି । ଯେପରିକି ରାତି ଅନିଦ୍ରା ହୋଇ ମୋବାଇଲ୍ ବ୍ୟବହାର ଦ୍ବାରା ନିଦ୍ରା ହୀନତା ହାର୍ଟ ଉପରେ ଅଧିକ ପ୍ରଭାବ ପକାଉଛି । ଆହୁରି ମଧ୍ୟ ଆମେ ସାଧାରଣ ଭାବେ ମୋବାଇଲ କୁ ବ୍ୟବହାର କରି ସାର୍ଟ ର ସମ୍ମୁଖ ପକେଟ ରେ ରଖୁ ଯାହା ଦ୍ବାରା କି
ମୋବାଇଲ ର ଅତି ବାଇଗଣୀ ଆଲୋକ ହାର୍ଟ ଉପରେ ପ୍ରଭାବ ପକାଇ ଥାଏ । ଯାହାର କାରଣ ହାର୍ଟ ଆଟାକର ମୁଖ୍ୟ କାରଣ ଅଟେ |
4) ଅତ୍ୟଧିକ ଜଙ୍କ ଫୁଡ ସେବନ ଦ୍ୱାରା ମଧ୍ୟ ହାର୍ଟ ପ୍ରଭାବିତ ହୋଇଥାଏ । ଏହି ଜଙ୍କ ଫୁଡ ହାର୍ଟ ଉପରେ ପ୍ରଭାବ ପକାଇଥାଏ । ତେଣୁ ଆଜିକାଲି ଯୁବକ ମାନେ ସେଥ୍ ପ୍ରତି ସତର୍କ ରହିବା ଜରୁରି ଅଟେ ।