ମିଛ ମୃତ୍ୟୁର ଷଡ଼ଯନ୍ତ୍ର ରଚିଥିଲେ ଯବାନ ! ରାଜସ୍ଥାନରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ମୃତ୍ୟୁର ୬ ଦିନ ବିତିଲା ପରେ ଫେରିଲେ ଯବାନ । ଏହି ଘଟାନରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି । କିଛି ତାଙ୍କ ପାଇଁ ନିଜ ମୃତ୍ୟୁର ଷଡଯନ୍ତ୍ର ରଚିଥିଲେ ଯବାନ ଜଣକ । କିନ୍ତୁ ଦୁର୍ଭାଗ୍ୟବଶତଃ ସୋମବାର ଚିକିତ୍ସା ସମୟରେ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ ବୋଲି ସୂଚନା ମିଳିଛି ।
ସୂଚନା ଅନୁଯାୟୀ,ରାଜସ୍ଥାନର ଜୁନ୍ଜୁନୁ ଜିଲ୍ଲାର କାନୱରପୁର ବାଲାଜୀ ଗାଁର ବାସିନ୍ଦା ଜଣେ ୨୬ ବର୍ଷୀୟ ଯବାନ । ଗତ ମାର୍ଚ୍ଚ ୨୪ ତାରିଖ ଦିନ ଜୁନ୍ଜୁନୁ ଜିଲ୍ଲାର ଡଣ୍ଡଲୋଡ ସହରରେ କାର୍ ଦୁର୍ଘଟଣାରେ ନିଆଁ ଲାଗିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଖବର ମିଳିଥିଲା । କାର୍ ଭିତରେ ଥିବା ମୃତଦେହକୁ ନେଇ ପରିବାର ଲୋକେ ଶେଷକୃତ୍ୟ କରିଥିଲେ।
କିନ୍ତୁ ସୋମବାର ଯବାନଙ୍କୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡିଥିଲେ । ଏହାପରେ ସେ ଅସୁସ୍ଥ ହୋଇପଡିଥିଲେ ତାଙ୍କୁ ଡାକ୍ତରଖାନାକୁ ନିଆଯିବା ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସଙ୍କ କହିବା ଅନୁଯାୟୀ ଯୁବକ ଜଣକ ମିଛ ମୃତ୍ୟୁର ଷଡ଼ଯନ୍ତ୍ର ରଚିଥିଲେ। ଏପରିକି ଯବାନ ଜଣକ ତାଙ୍କ ଚାଷ ଜମିରେ କାମ କରୁଥିବା ଶ୍ରମିକ ମହେଶ ମେଘୱାଲଙ୍କୁ ନିଜ ମିଛ ମୃତ୍ୟୁର ଷଡ଼ଯନ୍ତ୍ର କରିବା ପାଇଁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଆର୍ଥିକ କ୍ଷତି ପୂରଣ ପାଇଁ ସେ ଏଭଳି ଷଡ଼ଯନ୍ତ୍ର ରଚିଥିଲେ ବୋଲି ଅନୁମାନ କରାଯାଉଛି । ଏନେଇ ପୋଲିସ ତଦନ୍ତ ଜାରିରଖିଛି ।
ଅଧିକ ପଢନ୍ତୁ :ସୁରକ୍ଷାକର୍ମୀ - ମାଓବାଦୀ ମୁହାଁମୁହିଁ : ୪ ମାଓବାଦୀ ନିହତ