ଆଜିଠୁ ଆରମ୍ଭ ହେଉଛି JEE Main ପରୀକ୍ଷା, ସାରାଦେଶରୁ ପରୀକ୍ଷା ଦେବେ ପ୍ରାୟ 22 ଲକ୍ଷ ଛାତ୍ରଛାତ୍ରୀ
Khabar Odisha:JEE-Main-Exam-2021-from-Today
ଭୁବନେଶ୍ୱର, ଫେବୃଆରୀ 23(ଖବର ଓଡିଶା) :

 ଆଜିଠୁ ଆରମ୍ଭ ହେଉଛି JEE Main ପରୀକ୍ଷା   ସାରାଦେଶରୁ ପ୍ରାୟ 22 ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ  । 4ଟି ସେସନରେ ଏହି ପରୀକ୍ଷା ହେବ  । ବେଷ୍ଟ ରାଙ୍କ ଅନୁସାରେ ନାମଲେଖା ହେବ  । ଅନଲାଇନରେ ହେବ ପରୀକ୍ଷା 

JEE Main ପରୀକ୍ଷାର ପ୍ରଥମ ସେସନ ଆଜିଠୁ ଆରମ୍ଭ ହୋଇ 26 ତାରିଖରେ ଶେଷ ହେବ । ଏହି ପ୍ରଥମ ସେସନରେ 6 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ  । ମାର୍ଚ୍ଚ 15ରୁ 18 ଦ୍ୱିତୀୟ ସେସନରେ 5 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ  । ସେହିପରି ଏପ୍ରିଲ 27ରୁ 30 ତାରିଖ ମଧ୍ୟରେ 4 ଲକ୍ଷରୁ ଅଧିକ ପିଲା ପରୀକ୍ଷା ଦେବାକୁ ଥିବାବେଳେ ମେ 24 ରୁ 28 ତାରିଖ ମଧ୍ୟରେ 5 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ   । ଏଥିରେ କେବଳ ଓଡିଶାରୁ ପ୍ରାୟ 40 ହଜାର ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି  । ରାଜ୍ୟରେ 16 ଟି ସହରର 85ଟି କେନ୍ଦ୍ରରେ ଏହି ପରୀକ୍ଷା ହେବ 

  • Tags:

Subscribe

National International State Sports Entertainment