ପୁଣିଥରେ ଭାରତକୁ ଏସୀୟ ଗେମ୍ସରେ ମିଳିଛି ସ୍ୱର୍ଣ୍ଣ । ତୀରନ୍ଦାଜୀରେ ମହିଳା ଟିମ୍ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି । ଜ୍ୟୋତି, ଆଦିତି ଓ ପରନୀତ କୌର ଭାରତକୁ ସ୍ୱର୍ଣ୍ଣର ସଫଳତା ଦେଇଛନ୍ତି । ୧୯ ସ୍ୱର୍ଣ୍ଣ, ୩୧ ରୌପ୍ୟ, ୩୨ ବ୍ରୋଞ୍ଜ ସହ ୮୨ ପଦକ ଭାରତକୁ ମିଳିଛି । ଏସୀୟ ଗେମ୍ସରେ ଭାରତ ଦିନକୁ ଦିନ ଇତିହାସ ସୃଷ୍ଟି କରୁଛି । ସବୁ ଦେଶକୁ ପଛରେ ପକାଇ ଦ୍ରୁତଗତିରେ ଆଗକୁ ମାଡିଚାଲିଛି ଭାରତ ।
ଏସୀୟ ଗେମ୍ସରେ ଭାରତର ପଦକ ସଂଖ୍ୟା ଶହେ ଆଡକୁ ଗତି କରୁଛି । ବୁଧବାର ଏସୀୟ ଗେମ୍ସର ଏକାଦଶ ଦିନରେ ଭାରତକୁ ୩ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଏବଂ ୪ଟି ବ୍ରୋଞ୍ଜ ପଦକ ମିଳିଥିଲା । ଯାହାକି ମୋଟ ୮୧ ଟି ପଦକ ଭାରତ ପାଇଛି । ଜାଭେଲିନରେ ନୀରଜ ଚୋପ୍ରା ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ଓଡିଆ ପୁଅ କିଶୋର ଜେନା ଜେଭେଲିନ୍ ଥ୍ରୋରେ ରୌପ୍ୟ ପଦକ ଜିତିଥିଲେ । ପଦକ ଓ ସ୍ୱର୍ଣ୍ଣ ଜିତିବାରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଛି ଭାରତ । ବ୍ୟାଡମିଣ୍ଟନ ଏବଂ ମହିଳା ହକି ସେମିଫାଇନାଲରେ ପଦକ ପାଇଁ ମୁକାବିଲା କରିବେ ଭାରତୀୟ ପ୍ରତିଯୋଗୀ । ପୂର୍ବରୁ ଥିବା ସମସ୍ତ ଇତିହାସକୁ ଭାଙ୍ଗିଚାଲିଛି ଭାରତ ।
ଆଗକୁ ପଢ଼ନ୍ତୁ : ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ମୋବାଇଲ୍ ହ୍ୟାଣ୍ଡହେଲ୍ଡ ଡିଭାଇସ୍ ଲଞ୍ଚ କରାଯାଇଛି