ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ମୋବାଇଲ୍ ହ୍ୟାଣ୍ଡହେଲ୍ଡ ଡିଭାଇସ୍ ଲଞ୍ଚ କରାଯାଇଛି । ଏହି ଡିଭାଇସ୍ ସାହାଯ୍ୟରେ ଗ୍ରାହକମାନେ ନଗଦ ଟଙ୍କା ଉଠାଣ, ନଗଦ ଜମା, ପାଣ୍ଠି ସ୍ଥାନାନ୍ତର ଏବଂ ଘରେ ବସି ବକେୟା ରାଶି ବିଷୟରେ ସୂଚନା ପାଇବେ। ଏହା ସହିତ ବ୍ୟାଙ୍କର ଗ୍ରାହକମାନେ ଉନ୍ନତ ବ୍ୟାଙ୍କିଙ୍ଗ ସୁବିଧା ମଧ୍ୟ ପାଇଁ ପାରିବେ। ଏହି ଉପକରଣ ଦ୍ୱାରା ସମସ୍ତେ ଉପକୃତ ହେବା ସହ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ମାନେ ବିଶେଷ ଭାବରେ ଉପକୃତ ହେବେ।
ଏହି ଉପକରଣ ପାଞ୍ଚଟି ମୂଳ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ କରିବ - ନଗଦ ପ୍ରତ୍ୟାହାର, ନଗଦ ଜମା, ପାଣ୍ଠି ସ୍ଥାନାନ୍ତର, ବାଲାନ୍ସ ଅନୁସନ୍ଧାନ ଏବଂ ମିନି ଷ୍ଟେଟମେଣ୍ଟ ଏହାର ପ୍ରାରମ୍ଭିକ ପର୍ଯ୍ୟାୟ । ଏହି ସେବାଗୁଡିକ ଏସବିଆଇର ସିଏସପି ଆଉଟଲେଟରେ କରାଯାଇଥିବା ମୋଟ କାରବାରର 75 ପ୍ରତିଶତରୁ ଅଧିକ ଅଟେ । ଏଥିସହ, ସାମାଜିକ ସୁରକ୍ଷା ସ୍କିମ୍ ଅନ୍ତର୍ଗତ ନାମଲେଖା, ଆକାଉଣ୍ଟ୍ ଖୋଲିବା, ଟଙ୍କା ପଠାଇବା ଏବଂ କାର୍ଡ ଆଧାରିତ ସେବା ଭଳି ସେବା ଅନ୍ତର୍ଭୁକ୍ତ କରି ବ୍ୟାଙ୍କ ଏହାର ଅଫର୍ ବିସ୍ତାର କରିବାକୁ ମଧ୍ୟ ଯୋଜନା କରିଛି। ଏହି ବ୍ୟବସ୍ଥା ସିଧା ସଳଖ ଗ୍ରାହକଙ୍କ ଦ୍ୱାରରେ ପହଞ୍ଚାଇବ।
ଅଧିକ ପଢନ୍ତୁ :ଷଡଯନ୍ତ୍ରରୁ ବର୍ତ୍ତିଲା ରେଳ ଦୁର୍ଘଟଣା