ରାଜସ୍ଥାନରେ ଘଟିଛି ଏକ ଅଭାବନୀୟ ଘଟଣା । ସୋମବାର ଉଦୟପୁରରୁ ଜୟପୁର ଅଭିମୁଖେ ଯାତ୍ରା କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଦୁର୍ଘଟଣାଟି ଆସୁ ଆସୁ ଟଳିଗଲା । ଆଉ ବର୍ତ୍ତିଗଲା ଯାତ୍ରା କରୁଥିବା ଯାତ୍ରୀଙ୍କର ଜୀବନ । ସୂଚନା ଅନୁସାରେ, ବନ୍ଦେ ଭାରତ ଏକ୍ସପ୍ରେସ ଉଦୟପୁରରୁ ଯାତ୍ରା ଆରମ୍ଭ କରିବା ପରେ ଚିତ୍ତୋରଗଡ଼ ନିକଟରେ ଏକ ଦୁର୍ଘଟଣାର ସାମ୍ନା କରିଥିଲା । ଏହି ଦୁର୍ଘଟଣାଟି ହଠାତ ହୋଇନଥିଲା ଷଡଯନ୍ତ୍ର କରି ଦୁର୍ଘଟଣା ଘଟେଇବାର ଯୋଜନା କରାଯାଇଥିଲା । ସୋଭାଗ୍ୟ ବଶତଃ, ଦୁର୍ଘଟଣାଟି ହଉ ହଉ ବର୍ତ୍ତିଗଲା । ଷଡଯନ୍ତ୍ର କରିଥିବା ଲୋକ ରେଳ ଟ୍ରାକ୍ରେ ଢେଲା ପଥର ରଖିଦେଇଥିଲେ ଯାହାଫଳରେ ଏକ୍ସପ୍ରେସ୍ ଆସିବ ଆଉ ଦୁର୍ଘଟଣାର ସମ୍ମୁଖୀନ ହେବ । କିନ୍ତୁ ଲୋକୋ ପାଇଲଟ୍ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ହେବାକୁ ଯାଉଥିବା ରେଳ ଦୁର୍ଘଟଣା ବର୍ତ୍ତିଯାଇଥିଲା ।
ଷ୍ଟେସନ ଛାଡ଼ିବା ସମୟରେ ଲୋକୋ ପାଇଲଟଙ୍କ ନଜର ଟ୍ରାକ୍ ଉପରେ ପଡ଼ିଥିଲା । ଏ ଦୃଶ୍ୟ ଦେଖିବା ପରେ ସଙ୍ଗେ ସଙ୍ଗେ ହଠାତ୍ ଏମରଜେନ୍ସି ବ୍ରେକ୍ ମାରିଥିଲେ । ଯାହା ପାଇଁ ଯାତ୍ରୀଙ୍କର ଜୀବନ ବଞ୍ଚିଯାଇଥିଲା । ରେଳ ଦୁର୍ଘଟଣା କରିବା ପାଇଁ ରେଳ ଟ୍ରାକ୍ ଉପରେ ପଥର, ଇଟା ଓ ଲୁହା ରଡ୍ ରଖାଯାଇଥିଲା । ଲୋକୋ ପାଇଲଟ୍ଙ୍କ ଉପସ୍ଥିତ ବୁଦ୍ଧି ପାଇଁ ହେବାକୁ ଯାଉଥିବା ରେଳ ଦୁର୍ଘଟଣା ଅଟକିଗଲା । ଏ ଘଟଣା ସମ୍ପର୍କରେ ଲୋକୋ ପାଇଲଟ କଣ୍ଟ୍ରୋଲ ରୁମ୍କୁ ଖବର ଦେଇଥିଲେ । ଖବର ପାଇ ଆରପିଏଫ୍ ଓ ଜିଆରପି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ରେଳବାଇର ସୂଚନା ଅନୁସାରେ, ଏହି ଘଟଣା ସମ୍ପର୍କରେ ତୁରନ୍ତ ତଦନ୍ତ ଆରମ୍ଭ କରାଯାଇଛି । ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତି ଥିବେ, ସେମାନଙ୍କ ଉପରେ ସଠିକ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଆଗକୁ ପଢ଼ନ୍ତୁ : ଚାଷ ଜମିରେ ଜରୁରୀ ଅବତରଣ କଲା ଭାରତୀୟ ବାୟୁସେନାର ବିମାନ