ମଧ୍ୟପ୍ରଦେଶର ଗୋଟେ କ୍ଷେତରେ ଜରୁରୀ ଅବତରଣ କଲା ଭାରତୀୟ ବାୟୁସେନାର ହେଲିକପ୍ଟର । ବୈଷୟିକ ତ୍ରୁଟି କାରଣରୁ ବିମାନଟି ଜରୁରୀ ଅବତରଣ କରିଛି । ସୂଚନା ଅନୁସାରେ, ମଧ୍ୟପ୍ରଦେଶର ଭୋପାଳର ଗୋଟେ ଗାଁର କ୍ଷେତ ଜମିରେ ଅବତରଣ କରିଛି ଭାରତୀୟ ବାୟୁସେନାର ହେଲିକପ୍ଟର । ହେଲିକପ୍ଟରର ଜରୁରୀ ଅବତରଣ ପାଇଁ ଗାଁର ଲୋକମାନଙ୍କ ମଧ୍ୟରେ ଏକ ଭୟ ଖେଳିଯାଇଥିଲା । ସମସ୍ତେ ଦୌଡ଼ି ବିମାନ ପାଖକୁ ଧାଇଁ ଯାଇଥିଲେ । ବିମାନର ବୈଷୟିକ ତ୍ରୁଟି ପାଇଁ ବିମାନଟି ଜରୁରୀ ଅବତରଣ କରିଥିବା ସୂଚନା ମିଳିଥିଲା । ଉକ୍ତ ହେଲିକପ୍ଟରରେ ୬ ଜଣ ଯବାନ ଥିଲେ । ଆଉ ସମସ୍ତ ଯବାନ ସୁରକ୍ଷିତ ଭାବରେ ଅବତରଣ କରିଥିବା ଜଣାପଡିଛି । ହେଲିକପ୍ଟରର ଜରୁରୀ ଅବତରଣର ଖବର ପଇସାରିବା ଅନ୍ୟ ଏକ ବିମାନ ଆସି ସେହି ସ୍ଥାନରେ ସାହାଯ୍ୟ ପାଇଁ ପହଞ୍ଚିଥିଲା । ସାହାଯ୍ୟ ପାଇଁ ଆସିଥିବା ବିମାନରେ ଇଞ୍ଜିନିୟର, ସହାୟକ କର୍ମଚାରୀ ଏବଂ ବୈଷୟିକ ଦଳ ର ସଭ୍ୟ ମାନେ ଥିଲେ । ଇଞ୍ଜିନିୟର ଏବଂ ବୈଷୟିକ ଦଳ ଅବତରଣ କରିଥବା ହେଲିକପ୍ଟରର ତ୍ରୁଟି ଯାଞ୍ଚ କରୁଥିଲେ । ବିମାନରେ ଥିବା ସମସ୍ତ ୬ ଜଣ ସେନା ସୁରକ୍ଷିତ ଅଛନ୍ତି । ଗ୍ରାମବାସୀଙ୍କ ସୂଚନା ଅନୁସାରେ, ବିମାନଟି ବହୁ ସମୟ ଆକାଶ ମାର୍ଗରେ ଘୂରି ବୁଲିବା ପରେ କ୍ଷେତ ଜମିରେ ଜରୁରୀ ଅବତରଣ କରିଥିଲା ।
ଆଗକୁ ପଢ଼ନ୍ତୁ : ଭବିଷ୍ୟତର ଯୁଦ୍ଧ ପାଇଁ ଭାରତ ଆପଣାଇବ ପୁରାତନ ଗ୍ରନ୍ଥ