ପୁଣିଥରେ ପୁରୁଣା ଜ୍ଞାନ ପୁନରୁଦ୍ଧାର ସମୟକୁ ଫେରି ଆସୁଛି ଭାରତ । ଭବିଷ୍ୟତର ଯୁଦ୍ଧ ପାଇଁ ଭାରତ ଆପଣାଇବ ପୁରାତନ ଗ୍ରନ୍ଥ । ଇତିହାସର ପୃଷ୍ଠାକୁ ଯାଇ ଭାରତରେ ପ୍ରସ୍ତୁତ ହେବେ ଶକ୍ତିଶାଳୀ ସେନା । ଭାରତର ପ୍ରାଚୀନ ଗ୍ରନ୍ଥ ଓ ପୁରାଣ ପଢ଼ିବେ ସେନା ଅଧିକାରୀ । ଏହି ପ୍ରକ୍ରିୟା ଭାରତୀୟ ସେନାକୁ ଶକ୍ତିଶାଳୀ କରାଇବ । ଭବିଷ୍ୟତରେ ହେବାକୁ ଥିବା ଯୁଦ୍ଧ ପ୍ରସ୍ତୁତ ଲାଗି ଅତୀତର ସହାୟତା ନେବ ଭାରତୀୟ ସେନା । ଏଥିପାଇଁ ଶାସନ କୌଶଳ, ରଣନୀତି, କୂଟନୀତି ଏବଂ ଲଢେଇରେ ଅତୀତରେ ଥିବା ଭାରତର ବୁଦ୍ଧିମତାର ସହାୟତା ନେବ ।
ପ୍ରାଚୀନ ଗ୍ରନ୍ଥରେ ଥିବା ଶାସନ କଳା ଏବଂ ରଣନୀତି ଚିନ୍ତାଧାରାର ଅଧ୍ୟୟନ କରିବ ଭାରତୀୟ ସେନା । ପ୍ରାଚୀନ ଗ୍ରନ୍ଥରେ ବର୍ଣ୍ଣିତ ଥିବା ରାମାୟଣ,ମହାଭାରତ କାହାଣୀରେ ଥିବା ଯୁଦ୍ଧର ଦୃଶ୍ୟକୁ ଭାରତୀୟ ସେନା ମାନଙ୍କ ଠାରେ ପ୍ରତିଫଳିତ କରିବା ପାଇଁ ପ୍ରୋଜେକ୍ଟ ଉଦ୍ଭବ ଭଳି ଏକ ଭିନ୍ନ ପ୍ରୟାସର କାର୍ଯ୍ୟକ୍ରମ ହାତକୁ ନିଆଯିବ। ଆର୍ମି ଟ୍ରେନିଂ କମାଣ୍ଡ ଏବଂ ୟୁନାଇଟେଡ ସର୍ଭିସ ଇନଷ୍ଟିଚ୍ୟୁସନ୍ ପକ୍ଷରୁ ଏନେଇ ଏକ କର୍ମଶାଳା ଅୟୋଜିତ ହୋଇଥିଲା । ଏଥିରେ ପ୍ରାଚୀନ ଯୁଦ୍ଧ କଳାକୌଶଳ, ଯୁଦ୍ଧ ସମ୍ପର୍କିତ ଐତିହାସିକ ଗ୍ରନ୍ଥ ଏବଂ ଜଟିଳ କୌଟିଲ୍ୟ ନୀତି ଉପରେ ଫୋକସ କରି ଆଲୋଚନା କରାଯାଇଥିଲା।
ପ୍ରୋଜେକ୍ଟ ଉଦ୍ଭବ ରଣନୀତିକ ଚିନ୍ତାଧାରାରେ ଭାରତର ସମୃଦ୍ଧ ଐତିହାସିକ କାହାଣୀଗୁଡିକ ଅନୁସନ୍ଧାନ କରିବାକୁ ଚେଷ୍ଟା କରିବା ସହ ଐତିହାସିକ ତଥା ସମସାମୟିକକୁ ସେତୁ କରିବାକୁ ଚେଷ୍ଟା କରୁଛି । ଏକ ସରକାରୀ ସେନା ବିବୃତ୍ତିରେ କୁହାଯାଇଛି ଯେ ଏହି ପ୍ରକଳ୍ପ ଏକ ବ୍ୟାପକ ସ୍ପେକ୍ଟ୍ରମ ଉପରେ ପର୍ଯ୍ୟବେସିତ, ଯେଉଁଥିରେ ସ୍ୱଦେଶୀ ସାମରିକ ପ୍ରଣାଳୀ, ଐତିହାସିକ ଗ୍ରନ୍ଥ, ଆଞ୍ଚଳିକ ଗ୍ରନ୍ଥ, ଥିମେଟିକ୍ ଅଧ୍ୟୟନ ଏବଂ ଜଟିଳ କୌଟିଲ୍ୟ ଅଧ୍ୟୟନ ରହିଛି। ଏହାର ଉଦ୍ଦେଶ୍ୟ ହେଉଛି "ସ୍ୱଦେଶୀ ସାମରିକ ବ୍ୟବସ୍ଥାର ଗଭୀରତା, ସେମାନଙ୍କର ବିବର୍ତ୍ତନ, ଯୁଗ ଯୁଗ ଧରି ଚାଲିଆସୁଥିବା ରଣନୀତି ଏବଂ ସହସ୍ର ବର୍ଷ ଧରି ଏହି ଦେଶକୁ ଶାସନ କରିଆସୁଥିବା ରଣନୀତିକ ଚିନ୍ତା ପ୍ରକ୍ରିୟା"। ଏହି ପ୍ରକଳ୍ପ କେବଳ ଏହି କାହାଣୀଗୁଡିକର ପୁନଃ ଆବିଷ୍କାରରେ ସୀମିତ ନୁହେଁ, ବରଂ ଏକ ସ୍ୱଦେଶୀ ରଣନୀତିକ ଶବ୍ଦକୋଷର ବିକାଶ ପାଇଁ ମଧ୍ୟ ଚେଷ୍ଟା କରେ, ଯାହା ଭାରତର ବହୁମୁଖୀ ଦାର୍ଶନିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ଗଭୀର ଭାବରେ ବର୍ଣ୍ଣିତ ।