ଏକା ସମୟରେ ଇସ୍ତଫା ଦେଲେ ୪୩ ଜଣ ପାଇଲଟ । ଯାହା ପାଇଁ ବିମାନ ଚଳାଚଳ ଏବେ ସଙ୍କଟରେ । ସୂଚନା ଅନୁସାରେ, "ଆକାଶ" ଏୟାର ଲାଇନ୍ସରୁ ୪୩ ଜଣ ପାଇଲଟ ଏକା ସମୟରେ ଇସ୍ତଫା ଦେଇଥିବାରୁ ବିମାନ ଚଳାଚଳରେ ବାଧା ଉପୁଜିଛି । ସେପ୍ଟେମ୍ବରରେ ହଠାତ ୪୩ ଜଣ ପାଇଲଟ ଇସ୍ତଫା ଦେବା ଫଳରେ ଦୈନିକ ୨୪ଟି ବିମାନର ଉଡାଣକୁ ବାତିଲ କରାଯାଇଛି । ଏୟାରଲାଇନର ଓକିଲ ବିଚାରପତିଙ୍କ ସୂଚନା ଅନୁସାରେ, ପାଇଲଟମାନେ ନିଜର କାର୍ଯ୍ୟକାଳ ଅବଧି ଶେଷ ପୂର୍ବରୁ ଇସ୍ତଫା ଦେଇଥିଲେ । ଏହି ଘଟଣା ଯୋଗୁଁ ପ୍ରତିଦିନ ଅନେକ ବିମାନର ଉଡ଼ାଣ ବାତିଲ ହେଉଛି । ପ୍ରଥମ ଅଫିସରଙ୍କ ପାଇଁ ନୋଟିସ ଅବଧି ୬ ମାସ ଓ କ୍ୟାପଟେନଙ୍କ ପାଇଁ ୧ ବର୍ଷ ସମୟ ରହିଛି ।"ଆକାଶ" ଏୟାର ଲାଇନ୍ସ ବିମାନକୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ ସବୁଜ ସଂକେତ ମିଳିଛି । କିନ୍ତୁ "ଆକାଶ" ଏୟାର ଲାଇନ୍ସ ବିମାନ ଯେଉଁଠି କି ନିଜ ଉଡ଼ାଣ ଭରିବ ସେ ଦେଶର ଅନୁମୋଦନକୁ ଅପେକ୍ଷା କରିଛି । ବର୍ତ୍ତମାନ ଏୟାରଲାଇନ୍ସ ବିମାନ ଘରୋଇ ରୁଟରେ ଚଳାଚଳ କରୁଛି ।
ଆଗକୁ ପଢ଼ନ୍ତୁ : ୨୬ ଆଙ୍ଗୁଳି ବିଶିଷ୍ଟ ଶିଶୁକନ୍ୟା