ରାଜସ୍ଥାନରେ ଘଟିଛି ଏକ ବିରଳ ଘଟଣା । ସାଧାରଣତଃ ମନୁଷ୍ୟର ହାତ ଓ ଗୋଡ ଆଙ୍ଗୁଠି ମିଶି ୨୦ଟି ଥାଏ କିନ୍ତୁ ରାଜସ୍ଥାନର ଭରତପୁରରେ ଏକ ନବଜାତ ଶିଶୁ କନ୍ୟା ୧୪ ହାତ ଆଙ୍ଗୁଳି ଓ ୧୨ ପାଦ ଆଙ୍ଗୁଳି ସହ ଜନ୍ମ ନେଇଛନ୍ତି । ଶିଶୁଟିର ୨ ହାତରେ ୭ଟି ଲେଖା ଆଙ୍ଗୁଠି ଥିଲାବେଳେ ଦୁଇ ପାଦରେ ୬ ଟି ଲେଖା ଆଙ୍ଗୁଳି ଅଛି । ଉଭୟ ମା ଓ ଶିଶୁ ସୁସ୍ଥ ଅଛି । ଡାକ୍ତରଙ୍କ ଅନୁସାରେ ହାତ ଓ ପାଦରେ ଅଧିକ ଆଙ୍ଗୁଳି ରହିବା ଏକ ବିରଳ ସ୍ୱାସ୍ଥ୍ୟ ଅବସ୍ଥା । ଏଭଳି ପରିସ୍ଥିତି ଜେନେଟିକ ବା ଜିନଗତ ଅସୁବିଧା ଥିଲେ ହୋଇଥାଏ । ଏହାକୁ ଜେନେଟିକ ଆବନର୍ମାଲ ମଧ୍ୟ କୁହାଯାଏ ।
ଏହି କେସ୍ ବହୁତ କମ ଦେଖାଯାଏ । ଏଥିରେ ଶିଶୁର ଆଙ୍ଗୁଳି ଅପେକ୍ଷାକୃତ ଛୋଟ ଏବଂ ବିଷମ ହୋଇଥାଏ । ଶିଶୁଟିର ଜନ୍ମ ପରେ ପରିବାର ଲୋକେ ଖୁସି ମନାଉଥିଲାବେଳେ ସ୍ଥାନୀୟ ଲୋକେ ଏହି ଶିଶୁକୁ ଦେବୀଙ୍କ ଅବତାର ବୋଲି କହୁଛନ୍ତି । ଶନିବାର ସନ୍ଧ୍ୟାରେ ଜଣେ ୮ ମାସର ଗର୍ଭବତୀ ମହିଳା ନିଜର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ଅଚାନକ ପ୍ରସବ ଯନ୍ତ୍ରଣା ହେବାକୁ ତାଙ୍କର ସେଠାରେ ତାଙ୍କ ଗର୍ଭରୁ ଶିଶୁକନ୍ୟା ଜନ୍ମ ନେଇଥିଲା । ଶିଶୁଟିର ୨୬ ଟି ଆଙ୍ଗୁଳି ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଡାକ୍ତରଙ୍କ ମତରେ ଏହା ଏକ ରୋଗ ନୁହେଁ କି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ । ଜର୍ମାନୀରେ ହୋଇଥିବା ଏକ ରିସର୍ଚ୍ଚ ଅନୁଯାୟୀ ପ୍ରତି ଆଠଶହ ପିଲାରେ ଜଣେ ଶିଶୁଙ୍କର ଏପରି ହୋଇଥାଏ । ପରେ ପରିବାର ଲୋକ ଅସ୍ତ୍ରୋପଚାର ଦ୍ୱାରା ତାକୁ ହଟାଇ ଦିଅନ୍ତି । ବିଶେଷ କରି ଶିଶୁକନ୍ୟାଙ୍କ ତୁଳନାରେ ଶିଶୁ ପୁତ୍ରଙ୍କର ଏପରି ଅଧିକ ହୋଇଥାଏ ।
ଅଧିକ ପଢନ୍ତୁ ;ଶହେ ଲୋକଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି କିରଣ କାମଦାର