ଚେନ୍ନାଇ: ଯଦି କୌଣସି ବ୍ୟକ୍ତି ଜାତି ଏବଂ ଧର୍ମର ଉଲ୍ଲେଖ କୌଣସି ପ୍ରମାଣ ପତ୍ରରେ ଚାହାନ୍ତି ନାହିଁ ତେବେ ତାଙ୍କୁ ପ୍ରଥମେ ନିଜର ଧର୍ମ ତ୍ୟାଗ କରିବାକୁ ପଡିବ । ଏହା ପରେ ତାଙ୍କୁ ନୋ କାଷ୍ଟ, ନୋ ରିଲିଜିଅନର ପ୍ରମାଣ ପତ୍ର ମିଳିଯିବ । ମାଦ୍ରାସ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ ଏକ ମାମଲାର ଶୁଣାଣି କରି ଏମିତି ଆଦେଶ ଦେଇଛନ୍ତି । ଜଷ୍ଟିସ କୃଷ୍ଣନ ରାମସ୍ୱାମୀ କହିଛନ୍ତି, ହିନ୍ଦୁ ପରମ୍ପରା ଅନୁସାରେ ଯେ ପର୍ଯ୍ୟନ୍ତ ବ୍ୟକ୍ତି କୌଣସି ଧର୍ମ ତ୍ୟାଗ ନ କରିଛି ସେ ପର୍ଯ୍ୟନ୍ତ ଜାତି ଏବଂ ଧର୍ମ ଉଲ୍ଲେଖ କରିବା ବିନା ପ୍ରମାଣ ପତ୍ର ଜାରି କରାଯାଇ ପାରିବ ନାହିଁ । ଏମିତି ଦାବି ମଧ୍ୟ ସ୍ୱୀକାର କରାଯାଇ ପାରିବ ନାହିଁ ।
ଏହି ମାମଲାରେ ଜଣେ ବ୍ୟକ୍ତି କୋର୍ଟରେ ଆବେଦନ ଦାୟର କରିଥିଲେ । ତାଙ୍କ କହିବା କଥା ତାମିଲନାଡୁର ତିରୁପତୁର ତହସିଲଦାର ବିନା ଧର୍ମ ଏବଂ ଜାତିରେ ପ୍ରମାଣ ଦେବାକୁ ମନା କରିଛନ୍ତି । ତହସିଲଦାରଙ୍କ ଏହି ଆଦେଶକୁ ସେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଆବେଦନକାରୀଙ୍କ କହିବା କଥା ହୋଇପାରେ ତାଙ୍କ ମାତା-ପିତା ହିନ୍ଦୁ ଧର୍ମର । ମାତ୍ର ମୋତେ ଏମିତି ପ୍ରମାଣ ପତ୍ର ଦରକାର ଯେଉଁଥିେ ଜାତି ଏବଂ ଧର୍ମ ଉଲ୍ଲେଖ ନ ଥିବ । ବ୍ୟକ୍ତିଙ୍କ ଏହି ଦାବିକୁ ତହସିଲଦାର ଏହା କହି ଖାରଜ କରିଛନ୍ତି ଯେ, ଏମିତି ପ୍ରମାଣ ପତ୍ର ଜାରି କରିବା ନେଇ ସରକାର କୌଣସି ଆଦେଶ ଦେଇ ନାହାନ୍ତି ।
ଯାଚିକାର ଶୁଣାଣି ସମୟରେ ହାଇକୋର୍ଟ ପ୍ରଶ୍ନ କରିଛନ୍ତି ଯେ, କଣ ଆପଣ ନିଜ ଧର୍ମ ତ୍ୟାଗ କରିଛନ୍ତି, ଯେଉଁଥିରେ ଆପଣଙ୍କ ଜନ୍ମ ହୋଇଥିଲା । ଏହା ଉପରେ ଆବେଦନକାରୀ କହିଛନ୍ତି ଯେ, ସେ ନିଜର ଧର୍ମ ତ୍ୟାଗ କରି ନାହାନ୍ତି । ଜଷ୍ଟିସ ରାମସ୍ୱାମୀ କହିଛନ୍ତି ଆବେଦନକାରୀ ଯେ ପର୍ଯ୍ୟନ୍ତ ହିନ୍ଦୁ ଧର୍ମ ଅନୁସାରେ ନିଜର ପନ୍ଥ ତ୍ୟାଗ ନ କରିଛି, ସେ ପର୍ଯ୍ୟନ୍ତ ତାର ଆବେଦନ ଉପରେ ବିଚାର କରାଯିବ ନାହିଁ । ଅଦାଲତ ଏହା ମଧ୍ୟ କହିଛନ୍ତି ଯେ, ବ୍ୟକ୍ତି ନିଜର ଧର୍ମ ତ୍ୟାଗ କରିଥିବା ସଂପର୍କିତ କୌଣସି ପ୍ରମାଣ ପତ୍ର ଦେଇ ପାରି ନାହାନ୍ତି । ଏମିତି ସ୍ଥିତିରେ ଅଦାଲତଙ୍କ ଦ୍ୱାରା ତହସିଲଦାରଙ୍କ ଆଦେଶକୁ କାଏମ ରଖାଯାଉଛି । ଏହା ସହ କୋର୍ଟ ଆବେଦନକୁ ଖାରଜ କରିଛନ୍ତି ।
ଏହା ସହିତ ଅଦଲାତ ବ୍ୟକ୍ତିଙ୍କୁ ଗୋଟିଏ ଆଶ୍ୱସ୍ତି ମଧ୍ୟ ଦେଇଛନ୍ତି । କୋର୍ଟ କହିଛନ୍ତି ପ୍ରଥମେ ନିଜର ଧର୍ମ ପରିତ୍ୟାଗ କର ଏବଂ ଏହାର ପ୍ରମାଣ ପ୍ରଶାସନକୁ ଦିଅ । ଏହା ପରେ ଆବେଦନ ଉପରେ ବିଚାର କରାଯାଇ ପାରିବ ଯେ, ଏହି ସମ୍ବନ୍ଧରେ ପ୍ରମାଣ ପତ୍ର ଜାରି କରାଯାଉ ।
Also read: ପ୍ରଣବଙ୍କ ଫାର୍ମହାଉସରେ ବୁଲିଲା ବୁଲଡୋଜର୍, ମାଡ଼ି ବସିଛନ୍ତି ସରକାରୀ ଜମି