ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଲେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ । ସେ କହିଛନ୍ତି ଯଦି ରାହୁଲ ଗାନ୍ଧୀ ଆଜି ଦେଶର ପ୍ରଧାନମନ୍ତ୍ରୀ ଥାଆନ୍ତେ ତେବେ ପିଓକେ ଉପରେ ଭାରତ କବଜା କରି ସାରନ୍ତାଣି । ସେ ଚାରି ଦିନ ଭିତରେ ପାକିସ୍ତାନ ସହ ଅସ୍ତ୍ରବିରତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏହି ନିଷ୍ପତ୍ତି ଅତି ତରବରିଆ ଭାବେ ନିଆଯାଇଛି । ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲାରେ ୨୨ ଜଣ ପର୍ଯ୍ୟଟକଙ୍କ ପ୍ରାଣହାନୀ ଘଟିଥିଲା । ଏହା ପରେ ଭାରତ ମେ ୭ ତାରିଖରେ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଓ ପିଓକେ ସ୍ଥିତ ୯ଟି ଆତଙ୍କୀ କେନ୍ଦ୍ର ଉପରେ ଏୟାର ଷ୍ଟ୍ରାଇକ କରି ଧ୍ୱଂସ କରିଥିଲା ।
ରେଡ୍ଡୀ କହିଛନ୍ତି, ମୋଦୀ ବନ୍ଦ ହୋଇ ଯାଇଥିବା ଏକ ହଜାରିଆ ନୋଟ୍ ପରି । ଯଦି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତେବେ ଏ ପର୍ଯ୍ୟନ୍ତ ପିଓକେ ଭାରତ ଉପରେ କବଜା କରି ସାରିଥାନ୍ତା । ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ୧୯୭୧ର ଯୁଦ୍ଧରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱ ପରି ହୋଇଥାନ୍ତା । ଇନ୍ଦିରା ଗାନ୍ଧୀ ଚୀନ ଉପରେ ମଧ୍ୟ ଯୁଦ୍ଧ ଘୋଷଣା କରିଥିଲେ । ଆଉ ଆମେରିକା ଭାରତକୁ କଡା ଚେତାବନୀ ଦେଇଥିଲା । ତଥାପି ଇନ୍ଦିରା ଶୁଣି ନ ଥିଲେ । ଆଜି ଭାରତକୁ ସେହିପରି ନେତୃତ୍ୱ ଦରକାର ।
ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଅଭିଯୋଗ କରିଛନ୍ତି ଯେ, ୧୪୦ କୋଟି ଭାରତୀୟଙ୍କ ଇଚ୍ଛା ସତ୍ତ୍ୱେ ବି ମୋଦୀ ବଲୁଚିସ୍ତାନକୁ ପାକିସ୍ତାନଠୁ ଅଲଗା କରିବା ଓ ପିଓକେ କବଜା କରିବାରେ ବିଫଳ ହୋଇଛନ୍ତି । ରେଡ୍ଡୀ ଜୟ ହିନ୍ଦ ନାମରେ ଆୟୋଜିତ ରାଲିକୁ ସମ୍ବୋଧିତ କରି ଏହା କହିଛନ୍ତି ।