ଭାଟିକାନ୍ ସିଟି: ନୂତନ ପୋପ୍ ଚୟନ ପାଇଁ ସମ୍ମିଳନୀ ବୁଧବାରଠାରୁ ଆରମ୍ଭ ହେବ। କାର୍ଡିନାଲ୍ମାନେ ଜାତୀୟତା କିମ୍ବା ଅଞ୍ଚଳ ଅନୁସାରେ ଭୋଟ ଦେବାର କୌଣସି ନିୟମ ନାହିଁ, କିନ୍ତୁ ଭୌଗୋଳିକ ଭାବରେ ସେମାନଙ୍କ ଆଭିମୁଖ୍ୟକୁ ବୁଝିବା ଦ୍ୱାରା ସେମାନଙ୍କର ପ୍ରାଥମିକତା ବିଷୟରେ ଏକ ଧାରଣା ମିଳିଥାଏ। ଏହି କାରଣରୁ ସାରା ବିଶ୍ୱରେ ଥିବା ୧.୪ ବିଲିୟନ କ୍ୟାଥୋଲିକଙ୍କ ପାଇଁ ନୂତନ ପୋପ୍ ନିର୍ବାଚନ ଭୌଗୋଳିକ ବିବିଧତା ଦୃଷ୍ଟିରୁ ଐତିହାସିକ ହେବ।
ବର୍ତ୍ତମାନ ୭୧ଟି ଦେଶରେ ୮୦ ବର୍ଷରୁ କମ୍ ବୟସର ୧୩୫ ଜଣ କାର୍ଡିନାଲ୍ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଦୁଇଜଣ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଭୋଟ ଦେବାକୁ ମନା କରିଦେଇଛନ୍ତି। ଏହାର ଅର୍ଥ ହେଉଛି ଏବେ ୧୩୩ ଜଣ କାର୍ଡିନାଲ ନିର୍ବାଚନ ପାଇଁ ଯୋଗ୍ୟ ହେବେ ଏବଂ ବହୁମତ ପାଇଁ ଦୁଇ-ତୃତୀୟାଂଶ ଅର୍ଥାତ୍ ୮୯ ଭୋଟ ଆବଶ୍ୟକ ହେବ। ଇଟାଲୀରେ ୧୭ ଜଣ କାର୍ଡିନାଲ ଅଛନ୍ତି, ତା’ପରେ ଆମେରିକା (୧୦), ବ୍ରାଜିଲ (୭), ଫ୍ରାନ୍ସ ଏବଂ ସ୍ପେନ (୫), ଆର୍ଜେଣ୍ଟିନା, କାନାଡା, ଭାରତ, ପୋଲାଣ୍ଡ ଏବଂ ପର୍ତ୍ତୁଗାଲରେ ଚାରି ଜଣ ଲେଖାଏଁ କାର୍ଡିନାଲ ଅଛନ୍ତି।
ଅଞ୍ଚଳ ଅନୁସାରେ ଯଦି ସେମାନଙ୍କୁ ବିଭକ୍ତ କରାଯିବ, ଭାଟିକାନ୍ ତଥ୍ୟ ଅନୁଯାୟୀ, ୟୁରୋପରୁ ୫୩ ଜଣ କାର୍ଡିନାଲ୍ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଅସୁସ୍ଥ ଥିବାରୁ, ୫୨ ଜଣ ଭୋଟିଂରେ ଅଂଶଗ୍ରହଣ କରିବେ। ଏହା ପରେ ଏସିଆରୁ ୨୩ ଜଣ କାର୍ଡିନାଲ୍, ୧୮ ଜଣଙ୍କ ମଧ୍ୟରୁ ଜଣେ ଅସୁସ୍ଥ ହେବା ପରେ ଆଫ୍ରିକାରୁ ୧୭ ଜଣ, ଦକ୍ଷିଣ ଆମେରିକାରୁ ୧୭ ଜଣ, ଉତ୍ତର ଆମେରିକାରୁ ୧୬ ଜଣ, ମଧ୍ୟ ଆମେରିକାରୁ ଚାରି ଜଣ ଏବଂ ଓସେନିଆରୁ ଚାରି ଜଣ ଅଛନ୍ତି।
ଅଧିକ ପଢ଼ନ୍ତୁ: ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ଆସିବା ମାତ୍ରେ ପାକ୍ ସେନା ମୁଖ୍ୟ ଭୟଭୀତ