ହିମାଚଳ ପ୍ରଦେଶ କୁ ହାତେଇଲା 'ହାତ' HimachalPradesh:08/12/2022: Share story: ଆଜି ଗୁଜରାଟ ଆଉ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଚାଲିଛି ଗଣତି। ଗୁଜୁରାଟ ରେ ବିଜେପି ଐତିହାସିକ ବିଜୟ ମୁହାଁ ହେଉଥିବା ବେଳେ ହିମାଚଳ ପ୍ରଦେଶ ରେ କିନ୍ତୁ ନିଜର ଶକ୍ତି ଦେଖାଇପାରିଲାନି ପଦ୍ମ । ହିମାଚଳ ପ୍ରଦେଶରେ କଂଗ୍ରେସ ବିଜେପି ଠାରୁ ବହୁ ଆଗୁଆ ରହିଛି । କାମ କରିନି ମୋଦି ମ୍ୟାଜିକ ଏଥିରୁ ସ୍ପଷ୍ଟ ଯେ ହାତ ହିମାଚଳ ପ୍ରଦେଶକୁ ହାତେଇବ । ପ୍ରଥମରୁ ହିମାଚଳ ପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ହେଖିବାକୁ ମିଳିଥିଲା । କେତେବେଳେ କଂଗ୍ରେସ ଆଗକୁ ଯାଉଥିଲା ତ କେତେବେଳେ ବିଜେପି । ହେଲେ ଏବେ କଂଗ୍ରେସ 40 ସିଟରେ ଆଗୁଆ ରହିଥିଲା ବେଳେ ବିଜେପି ଖାତାରେ 25 ଆସନ ରହିଛି । ସେହିପରି ହିମାଚଳରେ ନିଜର ଖାତା ଖୋଲିପାରିନି ଆପ୍ । ହିମାଚଳ ପ୍ରଦେଶରେ ଇତିହାସର ପୁଣି ପୁନରାବୃତ୍ତି ହୋଇଛି । ପୂର୍ବରୁ ଯେଉଁ ଧାରା ଚାଲିଥିଲା ତାହା ପୁଣି ଥରେ ଦୋହରାଇନ୍ତି ହିମାଚଳ ପ୍ରଦେଶ ଜନତା । 5 ବର୍ଷରେ ଥରେ ସରକାର ବଦଳିବା ହିମାଚଳ ପ୍ରଦେଶର ପରମ୍ପରା ରହିଥିଲା । ଯଦି ବିଜେପି ଏଠାରେ ବିଜୟୀ ହୋଇଥାନ୍ତା ତେବେ ଇତିହାସ ସୃଷ୍ଟି ହୋଇଥାନ୍ତା । ହେଲେ କଂଗ୍ରେସ ବିଜୟୀ ହୋଇ ପୁଣି ଇତିହାସ ଦୋହରାଇଛି । Election BJP Congress KhabarOdisha ଖବର ଓଡ଼ିଶା, Reporter, 08/12/2022