ନୂଆଦିଲ୍ଲୀ: ଭାରତ ସମେତ ଏସୀୟ ରାଷ୍ଟ୍ରଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ହଜ୍ ଯାତ୍ରା ବେଳେ ଭୀଷଣ ଗରମରେ ଏପର୍ଯ୍ୟନ୍ତ ୯୦ ଜଣ ଭାରତୀୟଙ୍କ ସମେତ ଭିନ୍ନଭିନ୍ନ ଦେଶର ୫୭୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଏହି ମୃତ୍ୟୁର କାରଣ ଭୀଷଣ ଗ୍ରୀଷ୍ମଲହରି ବୋଲି କୁହାଯାଉଛି। ସମସ୍ତଙ୍କର ମୃତ୍ୟୁ ପ୍ରାକୃତିକ ବୋଲି କୁହାଯାଉଛି। ଅର୍ଥାତ ମୃତକମାନଙ୍କ ମଧ୍ୟରୁ କେହି ବି ଦୁର୍ଘଟଣାର ଶିକାର ହୋଇ ନାହାନ୍ତି। ସେହିପରି କୌଣସ ତୀର୍ଥଯାତ୍ରୀଙ୍କ ଶରୀରରେ ଆଘାତ ଲାଗିନାହିଁ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ହଜ୍ ଯାତ୍ରା ବେଳେ ମିସରରୁ ସର୍ବାଧିକ ୩୨୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ସାଉଦୀଆରବ ତରଫରୁ ଏହି ସୂଚନା ପ୍ରଦାନ କରାଯାଇଛି। ମାତ୍ର ଏମାନଙ୍କର ମଧ୍ୟରୁ କେବଳ ଜଣେ ଲୋକ ଭିଡ଼ ଭିତରେ ଅଣନିଃଶ୍ବାସୀ ହୋଇ ଜୀବନ ହାରିଛି। ମୃତକଙ୍କ ମଧ୍ୟରେ ୬୦ ଜଣ ଜୋର୍ଡାନର ଥିଲେ। ୫୭୦ ଜଣଙ୍କର ମରଶରୀର ମକ୍କାସ୍ଥିତ କବ୍ରିସ୍ଥାନରେ ରଖାଯାଇଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଗତ ୧୪ ତାରିଖ ଦିନ ହଜ୍ ଯାତ୍ରା ଆରମ୍ଭ ହୋଇଥିଲା। ଏହା ଜୁନ୍ ୧୯ ତାରିଖରେ ଶେଷ ହୋଇଛି।