ଗୁଜରାଟ ଜାମନଗର ଫଳାଫଳ: ରିବାବା ଜାଡେଜା ଆଗରେ
Khabar Odisha:Gujarat-Assembly-election-results-BJPs-Rivaba-Jadeja-leads-by-62000-votes
Gujarat:08/12/2022:

ଉତ୍ତର ଗୁଜରାଟର ଜାମନଗର ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇଥିବା କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜା ଏବେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ 62 ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି । ରିବାବାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ବିପେନ୍ଦ୍ରସିଂ ଜାଡେଜା ଓ ଆମ୍ ଆଦମୀ ପାର୍ଟିର କରସନ କର୍ମୁରଙ୍କୁ ପଛରେ ପକାଇ ଦେଇଛନ୍ତି । ଜାମନଗରେ ପ୍ରତି ଥର ଉଭୟ  କଂଗ୍ରେସ ଓ  ବିଜେପି ପ୍ରାର୍ଥୀ ଙ୍କ ମଧ୍ୟରେ କଡା ଟକ୍କର ହୋଇଥାଏ  ହେଲେ ଏଥର କଂଗ୍ରେସ ଓ ବିଜେପି ସହ ଟକ୍କରକୁ ଆସିଥିଲା ଆମ୍ ଆଦମୀ ପାର୍ଟି । ସଦ୍ୟ ଫଳାଫଳ ମୁତାବକ ଏଥର ବିଜେପି ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ଟକ୍କର ଚାଲିଥିବା ବେଳେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି ।  ଷ୍ଟାର ଇଣ୍ଡିଆ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜାଙ୍କର 17 ରାଉଣ୍ଡ ଗଣନା ପରେ 62,000 ରୁ ଅଧିକ ଭୋଟରେ ଆଗରେ  ରହିଛନ୍ତି ବୋଲି ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ ସୂଚନା ମିଳିଛି |  

Subscribe

National International State Sports Entertainment