ଖବର ଓଡିଶା : 01/02/2023
ଭାରତୀୟ ରେଳବାଇକୁ ବୁଷ୍ଟ ଦେବାକୁ ଆଜି ବଜେଟରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ ଆଜି ସଂସଦରେ ୨୦୨୩-୨୪ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି | ଅନ୍ୟ ବର୍ଷ ବଜେଟ ତୁଳନାରେ ଚଳିତବର୍ଷ ରେଲଓ୍ବେକୁ ଅଗ୍ରାଧିକାର ଦିଆଯାଇଛି। ୨୦୨୨ରେ ରେଲଓ୍ବେକୁ ୧.୪ ଲକ୍ଷ କୋଟି ଟଙ୍କାର ବଜେଟ ମିଳିଥିଲା। ଆଜିର ଏହି ବଜେଟରେ ରେଲୱେ ପାଇଁ ୨.୪ ଲକ୍ଷ କୋଟି ଟଙ୍କାର ବଜେଟ ଘୋଷଣା କରାଯାଇଛି | ଏଯାଏ ଏତେ ପରିମାଣରୁ ପୁଞ୍ଜି କେବେ ହେଲେ ରେଳବାଇ ପାଇଁ ଘୋଷଣା ହୋଇ ନଥିଲା | ଅର୍ଥମନ୍ତ୍ରୀ ଗତ ବାର୍ଷିକ ବଜେଟ୍ରେ ରେଳବାଇ ନିମନ୍ତେ ୧,୪୦,୩୬୭.୧୩କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରିଥିଲେ। ଏହି ବଜେଟ୍ ପୂର୍ବ ଆର୍ଥିକ ବର୍ଷ ଅର୍ଥାତ ୨୦୨୧-୨୨ବଜେଟ୍ ଅପେକ୍ଷା ୨୦,୩୧୧ କୋଟି ଟଙ୍କାରୁ ବି ଅଧିକ ଥିଲା। ବଜେଟ୍ରେ ପିଏସୟୁ, ଜଏଣ୍ଟ ଭେଞ୍ଚର ଓ ସ୍ପେଶାଲ ପର୍ପୋଜ ଭେଇକିଲରେ ନିବେଶ ନିମନ୍ତେ ୩୮୬୮୬.୫୯ କୋଟି ଟଙ୍କା ରଖା ଯାଇଛି। ୨୦୨୩ ଆର୍ଥିକ ବର୍ଷରେ ରେଳବାଇ ୧.୩୭ ଲକ୍ଷ କୋଟି ଟଙ୍କାର ବଜେଟ ସମର୍ଥନ ପାଇଥିବା ବେଳେ ରାଜସ୍ୱ ଖର୍ଚ୍ଚ ବାବଦରେ ୩,୨୬୭ କୋଟି ପାଇଛି। ଏହା ଗତବର୍ଷ ତୁଳନାରେ ୧୭% ଅଧିକ।