ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସରକାରଙ୍କ ତରଫରୁ କର୍ମଚାରୀ ଓ ଅଧିକାରୀଙ୍କ ସଂପତ୍ତିର ବିସ୍ତୃତ ବିବରଣୀ ମଗାଯାଇଥିଲା, ଯାହାକୁ ସରକାରୀ ପୋର୍ଟାଲରେ ଅପଲୋଡ କରିବାକୁ ୨୦୨୪ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ମାତ୍ର ଉତ୍ତରପ୍ରଦେଶରେ ପାଖାପାଖି ୩୯,୦୦୦ କର୍ମଚାରୀ ନିଜର ସଂପତ୍ତି ତାଲିକା ଉପଲବ୍ଧ କରାଇ ନାହାନ୍ତି। ଏହି କାରଣରୁ ରାଜ୍ୟ ସରକାର ସଂପୃକ୍ତ ୩୯୦୦୦ କର୍ମଚାରୀଙ୍କୁ ଚଳିତ ମାସ ଦରମା (ସେପ୍ଟେମ୍ବର ମାସର ଦରମା) ନଦେବାକୁ ନିଷ୍ପତ୍ତି ନେଇଛନ୍ତି।
ଯୋଗୀ ସରକାର ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ୯୦ଟି ବିଭାଗର କର୍ମଚାରୀଙ୍କୁ ସଂପତ୍ତି ତାଲିକା ‘ମାନବ ସଂପଦା’ ପୋର୍ଟାଲରେ ଅପଲୋଡ କରିବାକୁ ଆଦେଶ ଦେଇଥିଲେ। ୮,୨୭,୫୮୩ ଜଣ କର୍ମଚାରୀଙ୍କ ମଧ୍ୟରୁ ୭,୮୮,୫୦୬ କର୍ମଚାରୀ ସଂପତ୍ତି ତାଲିକା ଅପଲୋଡ କରିଛନ୍ତି। କିନ୍ତୁ ୩୯,୦୭୭ ଜଣ କର୍ମଚାରୀ ସଂପତ୍ତି ତାଲିକା ଉପଲବ୍ଧ କରାଇ ନାହାନ୍ତି।
ରାଜ୍ୟ ସରକାର କହିଛନ୍ତି, ଉତ୍ତର ପ୍ରଦେଶ ପୁଲିସର ୯୯.୬୫ ପ୍ରତିଶତ କର୍ମଚାରୀ ନିଜର ସଂପତ୍ତି ତାଲିକା ଦେଇଛନ୍ତି। କୃଷି ବିଭାଗର ୯୯ ପ୍ରତିଶତ କର୍ମଚାରୀ ନିଜ ବାବଦରେ ସଂପତ୍ତି ତାଲିକା ସରକାରଙ୍କୁ ଜଣାଇଛନ୍ତି। ଏହା ବ୍ୟତୀତ ପଞ୍ଚାୟତିରାଜ, ପଶୁଧନ, ଚିକିତ୍ସା, ଶିକ୍ଷା, ଆୟୂଷର ୯୫ ପ୍ରତିଶତ କର୍ମଚାରୀ ମଧ୍ୟ ସଂପତ୍ତି ତାଲିକା ସେୟାର କରିଛନ୍ତି।
ତଥ୍ୟ ଅନୁସାରେ ରାଜ୍ୟରେ ମୋଟ ୮,୪୬,୬୪୦ ଜଣ ରାଜ୍ୟ କର୍ମଚାରୀ ଅଛନ୍ତି।ଏଥିରୁ ୭,୮୮,୫୦୬ ଜଣ କର୍ମଚାରୀ ସରକାରୀ ପୋର୍ଟାଲରେ ତଥ୍ୟ ଅପଲୋଡ କରିଛନ୍ତି। ଟେକ୍ସଟାଇଲ, ସୈନିକ କଲ୍ୟାଣ, ଶକ୍ତି, କ୍ରୀଡ଼ା, କୃଷି, ମହିଳା ଶିଶୁ ବିକାଏ ବେସିକ ଶିକ୍ଷା, ଉଚ୍ଚ ଶିକ୍ଷା, ଚିକିତ୍ସା ସ୍ବାସ୍ଥ୍ୟ, ଔଦ୍ଦୋଗିକ ବିକାଶ ଓ ରାଜସ୍ବ ବିଭାଗକୁ ସଂପତ୍ତି ତାଲିକା ସେୟାର କରିବାକୁ କୁହାଯାଇଥିଲା।
ଅଧିକ ପଢ଼ନ୍ତୁ: ୨୦୫୦ ସୁଦ୍ଧା ମହାଶକ୍ତିରେ ପରିଣତ ହେବ ଏହି ଦେଶ