ପ୍ଲେ ଷ୍ଟୋର ରୁ ଏକାଧିକ ଆପକୁ ଡିଲିଟ କଲା ଗୁଗଲ୍ khabar odisha :02/03/2024 Share story: ଭାରତରେ ପ୍ରଚଳିତ ହେଉଥିବା ଏକାଧିକ ଆପ କୁ ଗୁଗୁଲ ପ୍ଲେ ଷ୍ଟୋର ରୁ ହଟାଇ ଦେଇଛି । ଯେଉଁଥିରେ ଭରତ ମ୍ୟାଟ୍ରିମୋନୀ ଭଳି ଅନେକ ଲୋକପ୍ରିୟ ମ୍ୟାଟ୍ରିମୋନୀ ଆପ ରହିଛି । ମାର୍ଚ୍ଚ ୧ ଅର୍ଥାତ ଶୁକ୍ରବାର ଠାରୁ ଗୁଗୁଲ ଆପ ଷ୍ଟୋର ଏହି ବିଲିଂ ପଲିସି ଲାଗୁ କରିଛନ୍ତି । ଅର୍ଥାତ ଯେଉଁ କମ୍ପାନୀ ଗୁଡିକ ଗୁଗୁଲ ଆପ ର ବିଲିଂ ନିୟମାନଳୀ କୁ ପାଳନ କରୁନାହାନ୍ତି । ସେମାନଙ୍କୁ ପ୍ଲେ ଷ୍ଟୋର ରୁ ହଟାଇ ଦେବାପାଇଁ ଗୁୁଗୁଲ ଏପରି ନିଷ୍କତି ନେଇଛି । ଏହାସହ ଯେଉଁସବୁ କମ୍ପାନୀ ଏହି ବିଲିଂ ପଲିସି କୁ ପାଳନ କରୁନାହାନ୍ତି । ସେମାନଙ୍କ ନିକଟକୁ ଗୁଗୁଲ ନୋଟିସ ମଧ୍ୟ ପଠାଇଛି । ତେବେ ଗୁଗୁଲର ରିପୋର୍ଟ ଅନୁସାରେ ପାଖାପାଖି ୨ ଲକ୍ଷ ଭାରତୀୟ ଡେଭେଲେପର୍ସ ଗୁଗୁଲ ର ପଲିସି ନିୟମ ପାଳନ କରୁଥିବା ବେଳେ ମ୍ୟାଟ୍ରିମନୀ ଡଟ କମ , ଶାଦୀ ଡଟ କମ ଭଳି କେତେକ ଆପ ଗୁୁଗୁଲ ର ନିୟମ ପାଳନ କରୁନଥିବା ଦେଖିବାକୁ ମିଳିଛି । ଏବଂ ଏପରି ଆପ ଗୁଡିକୁ ଗୁଗୁଲ ପ୍ଲେ ଷ୍ଟୋରରୁ ହଟାଇ ଦେବାକୁ ନିଷ୍ପତି ନେଇଛି । ତେବେ ପ୍ଲେ ଷ୍ଟୋର ହଟାଇବା ପାଇଁ ନୋଟିସ ଦିଆଯାଇଥିବା ଆପ ଗୁଡିକର କମ୍ପାନୀ ମାନେ ପ୍ଲେ ଷ୍ଟୋର ରୁ ନ ହଟାଇବା ପାଇଁ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ଫେବୃଆରୀ ୯ ତାକିଖରେ କୋର୍ଟ ସେମାନଙ୍କ ଲାଗି ଅନ୍ତରୀଣ ଆଦେଶ ଜାରି କରିବାକୁ ମନା କରିଦେଇଥିଲେ । ଆଉ ଏହି ମାମଲାର ପରବର୍ତି ଶୁଣାଣି ମାର୍ଚ୍ଚ ୧୯ ତାରିଖରେ ହେବ ବୋଲି ଜଣାପଡିଛି । ଅଧିକ ପଢନ୍ତୁ :ଫେବୃଆରୀରେ ୧୨.୫ ପ୍ରତିଶତ ବଢିଲା ଜିଏସଟି ଆଦାୟ Google Play store India Henilprava Swain, Author, 02/03/2024