ଗତ ଏକ ବର୍ଷ ମଧ୍ୟରେ ଭାରତରେ ସୁନା ମୂଲ୍ୟରେ ପରିବର୍ତ୍ତନ ଆସିଛି | କେତେକ ସହରରେ ସୁନା ଦର ସାମାନ୍ୟ ବଢିଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭, ୨୦୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୨,୪୦୦ ଟଙ୍କା ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୭,୨୦୦ ଟଙ୍କା ଟଙ୍କା ଓ ୬୨,୪୦୦ ଟଙ୍କା ହୋଇଛି। ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ବଢିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୭,୨୦୦ଟଙ୍କା ଓ ୬୨,୪୦୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୭,୩୫୦ ଟଙ୍କା ଓ ୬୨,୫୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୭,୩୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୨,୫୬୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୭,୨୦୦ ଟଙ୍କା ଓ ୬୨,୪୦୦ ଟଙ୍କା ରହିଛି। ସେହିପରି ରୁପା ମୂଲ ୧ କିଲୋଗ୍ରାମ ପ୍ରତି ୭୫,୬୦୦ଟଙ୍କା ରହିଥିବା ନେଇ ହୋଇଛି।
ବିଶ୍ୱ ସୁନା ପରିଷଦ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାଇ, ସେପ୍ଟେମ୍ବର ୨୦୨୩ରେ ଭାରତରେ ହାରାହାରି ସୁନା ମୂଲ୍ୟ ୧୦ଗ୍ରାମ୍ ୨୨ କ୍ୟାରେଟ୍ ସୁନା ଦର ୪୧,୫୦୦ ଟଙ୍କା ଥିଲା। ସେହିଭଳି ଜାନୁଆରୀ ୨୦୨୩ରେ ୪୭,୦୦୦ ଟଙ୍କା ଥିଲା। ସେହି ସମୟ ମଧ୍ୟରେ, କୋଭିଡ୍-୧୯ ମହାମାରୀର ପ୍ରଭାବ ସହିତ ବିଶ୍ୱ ଅର୍ଥନୀତି ମୁକାବିଲା କରୁଥିଲା, ଯାହା ସୁନା ବଜାରର ଯୋଗାଣ ଏବଂ ଚାହିଦାକୁ ବାଧା ଦେଇଥିଲା।
ଅଧିକ ପଢ଼ନ୍ତୁ : ଆଜି ହେଉଛି 'ଜାତୀୟ ଏକତା ଦିବସ'