୩୨ ବର୍ଷ ପୁରୁଣା ମାମଲାରେ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟାର ବାହୁବଳୀ ମୁଖତାର ଅନସାରୀକୁ ସଜା ଶୁଣାଇଛନ୍ତି ବାରାଣସୀ କୋର୍ଟ । ଅବଧେଶ ରାୟ ହତ୍ୟାକାଣ୍ଡ ମାମଲାରେ ମୁଖତାର ଅନସାରୀଙ୍କୁ ଆଜୀବନ କାରଦଣ୍ଡ ଶୁଣାଯାଇଛି । ରାୟ ଶୁଣାଇବା ପରେ ମୁଖାତାର ଚିନ୍ତିତ ନଜର ଆସିଥିଲା । ବାନ୍ଦା ଜେଲର ଅଧୀକ୍ଷକ ବିରେଶ ରାଜ ଶର୍ମା କହିଛନ୍ତି, ଅବଧେଶ ରାୟ ହତ୍ୟାକାଣ୍ଡ ମାମଲାରେ ମୁଖତାର ଅନସାରୀ ଭିଡିଓ କନଫରେନ୍ସ ଜରିଆରେ ହାଜର ହୋଇଥିଲେ । ୧୯୯୧ ଅଗଷ୍ଟ ୩ ତାରିଖରେ ଅବଧେଶ ରାୟଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହି ହତ୍ୟା ମାମଲାରେ ମୁଖତାର ଅନସାରୀଙ୍କୁ ଦୋଷୀ କରାଯାଇଥିଲା । ପାଖପାଖି ୩୨ ବର୍ଷ ପରେ ଏହି ହତ୍ୟାକାଣ୍ଡ ମାମଲାରେ ବାରାଣସୀର ଏମପି, ଏମଏଲଏ କୋର୍ଟ ରାୟ ଶୁଣାଇଛନ୍ତି ।