ଟ୍ରକ-ଏସୟୁଭି ମୁହାଁମୁହିଁ ଧକ୍କାରେ ୬ ମୃତ ୩ ଆହତ, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
Khabar Odisha:Four-people-were-killed-and-three-others-were-injured-in-a-truck-SUV-head-on-collision-the-prime-minister-said
ପାଟନା, ଫେବୃଆରୀ 23 (ଖବର ଓଡ଼ିଶା):

ବିହାର କଟିହାର ଜିଲ୍ଲା ଅନ୍ତର୍ଗତ କୁରସେଲାର ୩୧ନମ୍ବର ଜାତୀୟ ରାଜପଥରେ ଟ୍ରକ ସହ ଏସୟୁଭିର ଧକ୍କା ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ଆଉ ୩ ଜଣ । ୩ ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବିବାହ ପାଇଁ ପୁଅ ଦେଖିବାକୁ ଯାଇଥିବା ବେଳେ ରାସ୍ତାରେ ଏସୟୁଭିଟି ଟ୍ରକରେ ପିଟି ହୋଇ ଯାଇଥିଲା । ଗାଡ଼ିଟି ଭାଙ୍ଗିରୁଜି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି ।

ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଦ୍ରୁତ ସୁସ୍ଥତା କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।

  • Tags:

Subscribe

National International State Sports Entertainment