ପଶ୍ଚିମବଙ୍ଗ: ମଝି ସମୁଦ୍ରରେ ବୁଡିଲା ମାଛଧରା ଟ୍ରଲର। ପଶ୍ଚିମବଙ୍ଗର ନାମଖାନାର ଖେୟାଘାଟ ନିକଟରେ ଏହି ଅଘଟଣ ଘଟିଛି । ହଠାତ ଗଭୀର ସମୂଦ୍ରରେ ଟ୍ରଲରଟି ବୁଡିଯାଇଛି। ତେବେ ଟ୍ରଲରରେ ୧୬ ଜଣ ମତ୍ସ୍ୟଜୀବୀ ଥିଲେ। ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ ଗତ ଶୁକ୍ରବାର ପଶ୍ଚିମବଙ୍ଗର ନାମଖାନାର ଖେୟାଘାଟରୁ ମତ୍ସ୍ଯଜିବୀ ମାନେ ଇଲିସି ମାଛ ଧରିବା ପାଇଁ ଟ୍ରଲର ନେଇ ଯାଇଥିଲେ । ହଠାତ୍ ଗଭୀର ସମୁଦ୍ରରେ ଟ୍ରଲରର ତଳ ପଟା ଏବଂ ସମୁଦ୍ରର ଉତ୍ତାଳ ପାଇଁ ଟ୍ରଲରଟି ବୁଡ଼ିଗଲା। ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଅଛନ୍ତି ତେବେ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।