SBI ନାଁରେ ଆସୁଛି ଫେକ୍ SMS। ଏସବିଆଇରୁ ଆସୁଥିବା ମେସେଜ ଗୁଡିକରେ ବିଶ୍ୱାସ ନ କରି ସତର୍କ ରହିବାକୁ ସୂଚନା ଦେଇଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଦେଶରେ ଏସବିଆଇ ନାଁରେ ଫେକ୍ ଏସଏମଏସ ଆସୁଛି । ଯେଉଁ ଲିଙ୍କ ରେ କ୍ଲିକ କଲେ ଖାଲି ହୋଇଯାଉଛି ଆକାଉଣ୍ଟ । ଏଥିପାଇଁ ଫେକ୍ ଏସଏମଏସ ସ୍କାମ ନେଇ ସତର୍କ କରିଛି ଏସବିଆଇ ।
ସୂଚନା ଅନୁଯାୟୀ,ଏସବିଆଇ ପକ୍ଷରୁ ଆକାଉଣ୍ଟରେ ପାନ କାର୍ଡ ଅପଡେଟ୍ କରିବା ପାଇଁ ଏକ ଫେକ୍ ଏସଏମଏସ ଆସୁଛି । ଯେଉଁ ମେସେଜରେ ଲେଖାଯାଇଛି କି ଯଦି ଆକାଉଣ୍ଟଧାରୀ ବ୍ୟକ୍ତି ଏସଏମଏସରେ ଦିଆଯାଇଥିବା ଲିଙ୍କ ମାଧ୍ୟମରେ ସେମାନଙ୍କର ପ୍ୟାନ ଅପଡେଟ୍ ନକରନ୍ତି, ତେବେ ସେମାନଙ୍କର SBI YONO ଆକାଉଣ୍ଟ ବନ୍ଦ ହୋଇଯିବ। ଏହା ସମ୍ପୂର୍ଣ୍ଣ ମିଛ ବୋଲି ସ୍ପଷ୍ଟ କରିଛି ଏସବିଆଇ । କିନ୍ତୁ ଏହି ମେସେଜ ଅନୁଯାୟୀ ଅପଡେଟ କରୁଥିବା ବ୍ୟକ୍ତିଙ୍କ ଆକାଉଣ୍ଟ ଖାଲି ହୋଇଯାଉଛି ।
କିଛି ବିପଜ୍ଜନକ ଆପଗୁଡ଼ିକ ଏହି ମେସେଜ ପଠାଉଛନ୍ତି । ଯେଉଁ ଆପଗୁଡିକ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (SEBI) ଅଧୀନରେ ପଞ୍ଜିକୃତ ହୋଇନାହିଁ । ତେଣୁ ଏହିସବୁ ମେସେଜରୁ ସାବଧାନ ରହିବାକୁ ସତର୍କ କରାଇଛି ଭାରତ ସରକାରଙ୍କ ଫ୍ୟାକ୍ଟ ଚେକ୍ ବିଭାଗ ।ଏହି ଖବରକୁ ନେଇ ସୋସିଆଲ୍ ମିଡିଆ Xରେ ଏକ ପୋଷ୍ଟ କରାଯାଇଛି। ସେହି ପୋଷ୍ଟରେ ଲେଖାଯାଇଛି ଯେ ଏସବିଆଇର ନାଁରେ ମିଛ ମେସେଜ୍ ପ୍ରତି ସତର୍କ ରୁହନ୍ତୁ।
ଅଧିକ ପଢନ୍ତୁ :ଶ୍ରୀନଗର ଓ ଜାମ୍ମୁର ୯ ସ୍ଥାନରେ ଏନ୍ଆଇଏର ଚଢ଼ାଉ