ଶ୍ରୀନଗର: ଜମ୍ମୁ କଶ୍ମୀରର କିସ୍ତୱାଡ଼ରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି। ଏଥିରେ ଅନେକ ଆତଙ୍କବାଦୀ ଘେରି ରହିଥିବାର ରିପୋର୍ଟ ରହିଛି। ସୂଚନା ଅନୁଯାୟୀ, କିସ୍ତୱାଡ଼ର ଚତରୁ ଅଞ୍ଚଳର ସିଂହପୋରାରେ ସୁରକ୍ଷା ବାହିନୀ ୩-୪ ଜଣ ଆତଙ୍କବାଦୀଙ୍କୁ ଘେରି ରହିଛନ୍ତି। ସେନା ଏବଂ ସୁରକ୍ଷା ବାହିନୀର ମିଳିତ ଅପରେସନ ଏବେ ବି ଜାରି ରହିଛି। ଘଟଣାସ୍ଥଳରେ ଗୁଳି ବିନିମୟ ମଧ୍ୟ ହୋଇଥିଲା।
ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ଏକ ଅପରେସନରେ ଜମ୍ମୁ ସୀମାରେ ପାଞ୍ଚଟି ପାକିସ୍ତାନୀ ପୋଷ୍ଟ ଏବଂ ଏକ ଆତଙ୍କବାଦୀ ଲଞ୍ଚପ୍ୟାଡ୍ ଧ୍ୱଂସ କରିଛି। ସେନାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଭାରତ ‘ଅପରେସନ ସିନ୍ଦୂର’ ସମୟରେ ପାକିସ୍ତାନ ଏବଂ ପିଓକେରେ ଥିବା ନଅଟି ଆତଙ୍କବାଦୀ ପୋଷ୍ଟକୁ ଧ୍ୱଂସ କରିଥିଲା। ଏହା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବହୁତ ବୃଦ୍ଧି ପାଇଲା। ବିଏସଏଫ କମାଣ୍ଡାଣ୍ଟ ଚନ୍ଦ୍ରେଶ ସୋନା କହିଛନ୍ତି, ଆମେ ସେମାନ(ପାକିସ୍ତାନ)ଙ୍କ ଗୁଳିମାଡ଼ର ଉପଯୁକ୍ତ ଜବାବ ଦେଇଥିଲୁ। ଆମେ ସେମାନଙ୍କର ଅନେକ ସମ୍ପତ୍ତି ନଷ୍ଟ କରିଦେଇଥିଲୁ। ମସ୍ତପୁରରେ ସେମାନଙ୍କର ଏକ ଲଞ୍ଚପ୍ୟାଡ୍ ଥିଲା, ଯାହାକୁ ଆମେ ନଷ୍ଟ କରିଦେଇଥିଲୁ।
ଜମ୍ମୁ କଶ୍ମୀର ପୋଲିସ ମଙ୍ଗଳବାର ପାକିସ୍ତାନରେ କାର୍ଯ୍ୟରତ ଚାରି ଜଣ ଆତଙ୍କବାଦୀଙ୍କ ସମ୍ପତ୍ତି ଜବତ କରିଛି। ଏହି କାର୍ଯ୍ୟାନୁଷ୍ଠାନ ଉତ୍ତର କଶ୍ମୀରର ବାରାମୁଲ୍ଲା ଜିଲ୍ଲାର ସୋପୋର ଏବଂ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ଅବନ୍ତିପୋରା ଅଞ୍ଚଳରେ କରାଯାଇଥିଲା। ଜଣେ ପୋଲିସ ମୁଖପାତ୍ର କହିଛନ୍ତି ଯେ ସୋପୋର ଅଞ୍ଚଳରେ ତିନୋଟି ଏବଂ ଅବନ୍ତିପୋରାରେ ଗୋଟିଏ ସମ୍ପତ୍ତି ଜବତ କରାଯାଇଛି। ସୋପୋରରେ ଯେଉଁ ଆତଙ୍କବାଦୀଙ୍କ ସମ୍ପତ୍ତି ଜବତ କରାଯାଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ଅର୍ଶିଦ ଅହମ୍ମଦ ଟେଲି (ନଭପୋରା ତୁଜ୍ଜର ନିବାସୀ), ଫିରଦୌସ ଅହମ୍ମଦ ଦାର ଓରଫ ଉମର ଦାର ଏବଂ ନାଜିର ଅହମ୍ମଦ ଦାର ଓରଫ ଶବିର ଇଲାହି।
ଅଧିକ ପଢ଼ନ୍ତୁ: ପାକିସ୍ତାନର ୫ଟି ପୋଲିସ ପୋଷ୍ଟ, ଗୋଟିଏ ଆତଙ୍କବାଦୀ ଲଞ୍ଚ ପ୍ୟାଡ୍ ଧ୍ୱଂସ