ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ମିଲକିପୁର ଉପ ନିର୍ବାଚନକୁ ନେଇ ବଡ ବୟାନ ଦେଇଛନ୍ତି । ଗୁରୁବାର ଦିଲ୍ଲୀରେ ସଂସଦ ଯିବା ପୂର୍ବରୁ ଗଣମାଧ୍ୟମ ସହ ଆଲୋଚନା ବେଳେ ଅଖିଳେଶ ଯାଦବ କହିଛନ୍ତି, ଏହା ବିଜେପିର ନିର୍ବାଚନ ଲଢିବାର ତରିକା । ନିର୍ବାଚନ ଆୟୋଗ ମରି ଯାଇଛି, ଧଳା ଚାଦର ଦେବାକୁ ପଡିବ । ଏହା ପୂର୍ବରୁ ଅଖିଳେଶ ଯାଦବ କହିଛନ୍ତି, ମିଲକିପୁର ଉପ ନିର୍ବାଚନରେ ବିଜେପି ସରକାର ଇସାରାରେ ଗଣତନ୍ତ୍ର ଓ ନିରପେକ୍ଷ ନିର୍ବାଚନ ପରିହାସର ପାତ୍ର ପାଲଟିଛି ।
ସେ କହିଛନ୍ତି, ବିଜେପି ଓ ପ୍ରଶାସନ ଅନେକ ଜାଗାରା ନକଲି ଫୋଟ୍ କରିବା ସହ ବହୁତ ହେରଫେର କରିଛି । ମୁସଲିମ ମହିଳାଙ୍କୁ ବୁର୍କା ହଟାଯାଇ ସେମାନଙ୍କ ୁ ଭୋଟ ସମୟରେ ଚିହ୍ନଟ କରିବା ସମୟରେ ଭୟଭୀତ ଓ ଅପମାନିତ କରାଯାଇଛି । ପୋଲିସର ବଡ ଅଧିକାରୀ ମତଦାତାଙ୍କ ପରିଚୟ ପତ୍ର ଯାଞ୍ଚ କରିଛନ୍ତି । ପରୋକ୍ଷ ଭାବେ ମତଦାତାଙ୍କୁ ପ୍ରଭାବିତ କରିବାର ଅପରାଧ କରିଛନ୍ତି ।
ଅଖିଳେଶ ଏହା ମଧ୍ୟ କହିଛନ୍ତି, ପୋଲିସ ପ୍ରଶାସନର ବ୍ୟବହାର ଅଗଣତାନ୍ତ୍ରିକ ରହିଛି । ଅନେକ ବୁଥ ରେ ସମାଜବାଦୀ ପାର୍ଟିର ଏଜେଣ୍ଟକୁ ଧମକ ଚମକ ଦିଆଯାଇଛି । ବିଜେପି ମିଲକିପୁରରେ ସବୁ ପ୍ରକାରର ବେଇମାନି କରିଛି । ଅନେକ ବୁଥରେ ନକଲି ମତଦାନ କରାଯାଇଛି । ବୁଥରେ ପ୍ରଶାସନ ଓ ବିଏଲଓ ସବୁଠି ନକଲି ମତଦାନ କରାଯାଇଛି । ନିର୍ବାଚନ ଆୟୋଗ ମାମଲାରେ ହସ୍ତକ୍ଷେପ କରି ଏମିତି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଖିଳେଶ ।